୧୧୨୭ଲିଟର ପଶ୍ଚିମବଂଗ ମାର୍କା ଚୋରା ମଦ ଜବତ୍‌ : ୮ ଗିରଫ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ପଶ୍ଚିମବଂଗରୁ ଜଳେଶ୍ୱର ଓ ଭୋଗରାଇ ଅବକାରୀ ଥାନା ଅଂଚଳକୁ ଦେଶୀ ଓ ବିଦେଶୀ ମଦ ଚାଲାଣ ହୋଇ ଆସୁଥିବାର ଜାଣି ଅବକାରୀ ଡେପୁଟି କମିସନର ଅଶୋକ କୁମାର ଶତପଥି, ଡେପୁଟି ସୁପରିଟେଣ୍ଡେ ସୁଶାନ୍ତ ପାଢୀ ଜଳେଶ୍ୱର ଓ ବାଲେଶ୍ୱର ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏସ୍‌ପି ସେକ୍‌ ଆସପ୍‌ ଅଲ୍ଲିଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଅବକାରୀ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ବିଭିନ୍ନ ସ୍ଥାନ ଚଢାଉ କରି ତେନ୍ଦୁଳାର ରବିନ୍ଦ୍ର ମହାନ୍ତ, ନାମ୍ପୋର ସୁଧିର ମାରାଣ୍ଡି, କୁମୁଚିଆର ପ୍ରଫୁଲ୍ଲ ସିଂ, ଦହୁଣଦା ରାଧାକାନ୍ତ ଦାସ, ଉଲୁଡାର ପିତାମ୍ବର ରଣା, ବର୍ତ୍ତନାର ବସନ୍ତା ସାମଲଙ୍କ ଠାରୁ ୧୨୭ ଲିଟର ମଦ ଜବତ୍‌ କରିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ସେହିପରି ଅନ୍ୟଏକ ୭ଜଣିଆ ଟିମ୍‌ ରାଇବଣିଆ ଥାନା ଅନ୍ତର୍ଗତ ଶାଳବଣିଛକଠାରେ କାର୍ଯ୍ୟରତ ଥିବା ବେଳେ ପଶ୍ଚିମବଂଗର ଧୁମସାହି ଅଂଚଳରୁ ମହେନ୍ଦ୍ରା ଜି ୪ଚକିଆ ଯାନ (ଡବ୍ଲୁବି-୩୩ଡି-୨୦୫୮)ରେ ୧୦ଟି ବସ୍ତାରେ ୧ହଜାର ଲିଟର ଦେଶ ରନ୍ଧା ମହୁଲି ଚାଲାଣ କରୁଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛ ି । ପଶ୍ଚିମବଂଗର ଝାଡଗ୍ରାମ ଜିଲା ନୟାଗ୍ରାମ ଥାନା ଧୁମସାହିର ହେମେନ୍ଦ୍ର ମାହତ(୩୦) ସଂଜିତ ମାହତ(୨୪)କୁ ଗିରଫ କରିବାରେ ଅବକାରୀ ବିଭାଗ ସକ୍ଷମ ହୋଇଛି । ଏହି କାର୍ଯ୍ୟରେ ରାମଚନ୍ଦ୍ର ମହାନ୍ତି, ଜୟମାଧବ ଦାସ, ପିକ ନୟକ, ରାଜୀବ କୁମାର ଭଂଜ, ଶଶୀଭୂଷଣ ସ୍ୱାଇଁ, ବାବାଜୀ ପଣ୍ଡିତ ଓ ପିଙ୍କି ମାରାଣ୍ଡି ସାମିଲ ହୋଇଥିଲେ । ୮ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।