ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଆଜି ସର୍କିଟ ହାଉସ୍ରେ ବସିବ ସର୍ବଦଳୀୟ ବୈଠକ । ଏଡିଏମ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ଆଜି ପ୍ରାଥମିକ ଭୋଟର ତାଲିକା ମଧ୍ୟ ପ୍ରକାଶ ପାଇବ । ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ, ଏଡିଏମ୍ଙ୍କ କାର୍ଯ୍ୟାଳୟ ସମେତ ୬୭ ୱାର୍ଡରେ ଏହି ତାଲିକା ପ୍ରକାଶ ପାଇବ । ଚଳିତ ବର୍ଷ ରାଜଧାନୀରେ ମୋଟ୍ ୭ ଲକ୍ଷ ୨୭ ହଜାର ୪୫୬ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଶୁକ୍ରବାର ଡ୍ରାଫ୍ଟ ବୁଥ ଲିଷ୍ଟ ଏବଂ ପ୍ରେସ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ ।
ସେହିପରି ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବାଠୁ ୱାର୍ଡ ରାଜନୀତି ସରଗରମ ହେଲାଣି । ସବୁ ଦଳ ନିଜ ପତିଆରା ଜାହିର ପାଇଁ ତୃଣମୃଳସ୍ତରରୁ ସଂଗଠନକୁ ସଦୃଢ କରିବା ଆରମ୍ଭ କରିଛନ୍ତି । କର୍ପୋରେଟର ଟିକେଟ୍ ପାଇଁ ୩ ପ୍ରମୁଖ ଦଳରେ ଲବି ମଧ୍ୟ ଆରମ୍ଭ ହୋଇଛି ।