ଆନନ୍ଦପୁର: କେଉଁଝର ଜିଲ୍ଲା ପାଣି ଯୋଗାଣ ପରିଯ କାର୍ଯ୍ୟାଳୟରୁ ଜଣେ ମୃତ ସିକ୍ୟୁରିଟି ଗାର୍ଡଙ୍କ ଶରୀର ମିଳିଛି । ତାଙ୍କୁ ଚିହ୍ନଟ କରାଯାଇଛି ସୁଖଦେବ ସାହୁ ବୋଲି ।
ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣେ ସିକ୍ୟୁରିଟି ଗାର୍ଡ ଭାବେ ପାଣି ଯୋଗାଣ ପରିଯ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି । ସେ ନିୟମିତ ଭାବେ ରାତି ୮ ଟା ରୁ ସଖାଳ ୮ଟା ପର୍ଯ୍ୟନ୍ତ କାମ କରନ୍ତି । କିନ୍ତୁ ସେହିଦିନ ସଖାଳେ ସେ ଘରକୁ ଫେରି ନଥିବାରୁ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ ଓ ତାଙ୍କ ମୃତ ଶରୀର କାର୍ଯ୍ୟାଳୟର ପଛ ପାର୍ଶ୍ୱରୁ ମିଳିଥିଲା ।
ତାଙ୍କ ପରିବାର ଲୋକ ହତ୍ୟା ହୋଇଥିବାର ଦାବି କରିଛନ୍ତି । ଘଟଣା ସ୍ଥଳରେ ମୃତ ବ୍ୟକ୍ତି ନିଜ ୟୁନିଫର୍ମ ରେ ଥିଲେ କିନ୍ତୁ ତାଙ୍କର ଜୋତା ନଥିଲା ଏବଂ ଏକ ଲୁହା ଛଡ ରକ୍ତାକ୍ତ ହୋଇ ପଡିଥିଲା ତାଙ୍କ ନିକଟରେ ଏଥିରୁ ଅନୁମାନ କରାଯାଉଛି ତାଙ୍କର ହତ୍ୟା ହୋଇଛି ବୋଲି ।