ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା
ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା….
ବୌଦ୍ଧ : ବିଭିନ୍ନ ଦାବି ନେଇ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS ),,ହରଭଙ୍ଗା ବ୍ଲକ,,୦୩ ଦଫା ସମ୍ବଳିତ ଦାବିପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଚାରିଛକ ଶିବମନ୍ଦିର ଠାରୁ BEO OFFICE କୁ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଗଣଶିକ୍ଷାମନ୍ତ୍ରୀ,ସଚିବ 5T ଙ୍କ ଉଦ୍ଦେଶ୍ୟରେ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛି.. ଦାବିଗୁଡିକ ହେଲା,,
୧ :-ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (୨୦୦୧ )ଠାରୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର contractual ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ ୬ ଟି increment ପ୍ରଦାନ କରାଯାଉ ..
୨ :-ଜାତୀୟ ପେନସନ ଯୋଜନା କୁ ଉଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ..
୩ :- ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ..ଉପରୋକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ଶିକ୍ଷୟତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରାଥମିକ ଶିକ୍ଷକ (NPS ) ସଂଘ ର ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା..
ଉକ୍ତ ସଭା ରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ NPS ,ଉପ -ସଭାପତି ଶମ୍ଭୁ ଗିରି, ପ୍ରାଥମିକ ଶିକ୍ଷକ ଜ଼ିଲ୍ଲାସଂଘ ଉପଦେଷ୍ଟା ବିରଞ୍ଚି ପ୍ରଧାନ, ମିଳିତ ଶିକ୍ଷକ ସଂଘ…କୁମୁଦ ଚନ୍ଦ୍ର ପ୍ରଧାନ ସଭାପତି ମିଳିତ ଶିକ୍ଷକ ସଂଘ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ( NPS )ସମ୍ପାଦକ ମହେଶ ସେଠୀ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ ପ୍ରକିୟା ରେ NPS ଶିକ୍ଷକ ଙ୍କୁ ସାମିଲ କରା ନ ଗଲେ ରାଜ ରାସ୍ତା କୁ ଓଲ୍ହାଇବା ସହ ସରକାରୀ କଳକୁ ସମ୍ପୂର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ l
କାର୍ଯ୍ୟକ୍ରମ ରେ ଜ଼ିଲ୍ଲ ସଂଘ କର୍ମକର୍ତ୍ତା ଶ୍ରୀ ମହେଶ ସେଠୀ ଶ୍ରୀ ଶମ୍ଭୁ ଗିରି , ବ୍ଲକ ସଭାପତି ରଜତ କୁମାର ନାଏକ, ବ୍ଲକ ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ,କାର୍ଯ୍ୟକାରୀ ସଭାପତି ଅଜୟ ମିଶ୍ର,କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା,ସହ ସମ୍ପାଦକ ଜୟନ୍ତୀ ବେହେରା,,ଉପସଭାପତି ସରୋଜ ସାହୁ, ବିଜୟ ସାହୁ,ନୀଳାଞ୍ଚଳ ବିହାରୀ ମିଶ୍ର,,ବସନ୍ତ ବିଶ୍ୱାଳ ,ପ୍ରସନ୍ନ ପ୍ରଧାନ,ଅଶେଷ ପ୍ରଧାନ,,ରଞ୍ଜନ ସାମଲ ,ବିଭୀଷଣ ସାମଲ , ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସହସମ୍ପାଦକ ପୌଲସ୍ତି ଭୋକ୍ତା ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ l