ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳାର ଆୟୋଜନ

ଏହି ମେଳା ରେ ୧୦୦ ଏସଏଚଜି ମହିଳା ତଥା ମିଶନ ଶକ୍ତି ର ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ……

ବୌଦ୍ଧ : ୨୯ -୧୦ – ବୌଦ୍ଧ ବ୍ଲକରେ ଆଜି ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା ର ଆୟୋଜନ କରାଯାଇଛି l ମିଶନ ଶକ୍ତି ଜରିଆ ରେ ଏସ ଏଚ ଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟ ରେ ଏହି ଲୋନ ମେଳା ର ଆୟୋଜନ କରା ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରତ୍ୟୁଷ କୁମାର ରଥ ଯୋଗ ଦେଇ ଉଦବୋଧନ ଦେଇଥିଲେ l

ଏହି ମେଳା ରେ ୩୦୩ ଏସଏଚଜି ଙ୍କୁ ୭ କୋଟି ୭୯ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି l ବୌଦ୍ଧ ବିଡିଓ ଶ୍ରୀ ଅବିନାଶ ପାଣ୍ଡିଆ ଏଲଡିଏମ ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଓ ଡିପିସି ଶ୍ରୀ ଦେବଦତ୍ତ ମିଶ୍ର, ସିଡିପିଓ ଶ୍ରୀମତୀ ମିନତୀ ଦେଓ ମଞ୍ଚ ରେ ଉପସ୍ଥିତ ଥିଲେ l

ଏହି ମେଳା ରେ ୧୦୦ ଏସଏଚଜି ମହିଳା ତଥା ମିଶନ ଶକ୍ତି ର ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘାର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳା ର ଆୟୋଜନ ରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ l