ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ କ୍ୱାମି ଏକତା ଦିବସ
ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଆସମାନ….
ବୌଦ୍ଧ : ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ସଦର ବ୍ଲକରେ ଜମଟାଙ୍ଗି ଓ ବାଉଁଶୁଣିରେ ଦୁଇଟି ପର୍ଯ୍ୟାୟରେ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଚନ୍ଦ୍ରମା ଯୁବକ ସଙ୍ଘ ଆନୁକୂଲ୍ୟରେ କ୍ୱାମି ଏକତା ଦିବସ ପାଳିତ ହୋଇଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଜମଟାଙ୍ଗି ଠାରେ ଚନ୍ଦ୍ରମା ଯୁବକ ସଙ୍ଘ ସଭାପତି କିଶୋର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ଘଣ୍ଟୁଆଳ, ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଆସମାନ ମହାକୁଡ଼ ଯୋଗ ଦେଇ ଦିବସର ମହତ୍ୱ,ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଜ୍ଞାତ କରାଇଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ବାଉଁଶୁଣି ସ୍ଥିତ ସଂସ୍କାର କଲେଜରେ ଅଧ୍ୟକ୍ଷ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ କଲେଜରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଆସମାନ ମହାକୁଡ଼ , ସମ୍ମାନୀତ ଅତିଥି ଭାବେ ଶିକ୍ଷା ବିଭାଗର ଅଧ୍ୟାପକ ସଞ୍ଜୟ କୁମାର ହାତୀ ପ୍ରମୁଖ ଯୋଗ ଛାତ୍ରଛାତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଚନ୍ଦ୍ରମା ଯୁବକ ସଙ୍ଘ ସମ୍ପାଦକ ସୁମନ୍ତ ମେହେର ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିବା ବେଳେ କାଲାମ ଯୁବକ ସଙ୍ଘର ଉପ ସଭାପତି ସୁମନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।