ରାୟଗଡ଼ା (ଏସ୍ ନ୍ୟୁଜ) : ବସ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ବିଷମକଟକର ଲକ୍ଷ୍ମୀପୁରରୁ କଟକ ଅଭିମୁଖେ ଯାଉଥିବା ‘ଫର୍ଚୁନ’ ନାମକ ଯାତ୍ରୀବାହି ବସ୍ ଗତ ରାତିରେ ହାଜାରୀଡ଼ାଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା।
ସୂଚନା ଅନୁସାରେ, ‘ଫର୍ଚୁନ’ ନାମକ ବସ୍ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ଗତକାଲି କଟକ ଅଭିମୁଖେ ଆସୁଥିଲା। ମାତ୍ର ହାଜାରୀଡ଼ାଙ୍ଗ ନିକଟରେ ଭାରସାମ୍ୟ ହରାଇ ବସ୍ଟି ରାସ୍ତା ତଳକୁ ଓଲଟି ପଡିଥିଲା । ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଜଣେ ଗୁରୁତରଙ୍କୁ ଭାଇଜାକ୍ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି।