କଟକ,(ଏସ୍ ନ୍ୟୁଜ): କଟକ ଜିଲା ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦ୍ରୁତ ଗତିରେ ଯାଉଥିବା ବସକୁ ଏକ ଟ୍ରକ ସାଇଟ ମାରିବାରୁ ବସ ହେଲପର ପଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ବସଟି କେନ୍ଦୁଝରରୁ କଟକ ଆସୁଥିଲା ବୋଲି ଜଣାପଡିଛି। ଟାଙ୍ଗୀ ନିକଟରେ ବସକୁ ହଠାତ ଟ୍ରକ ସାଇଡ ମାରିବାରୁ ହେଲପର ଖସିପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ବସରେ ଥିବା ଅନ୍ୟ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।