ମୋଦୀଙ୍କ ଗୁଣଗାନ କରି ଚଉକି ସୁରକ୍ଷା କଳାଟି ନବୀନଙ୍କୁ ଜଣା
ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ପ୍ରତିଯୋଗିତା ଆରମ୍ଭ କରିଛନ୍ତି…
ଭୁବନେଶ୍ୱର: ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି ନବୀନ-ମୋଦୀ ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କୁ ଭଲ କରି ଶୋଷଣ କରୁଛନ୍ତି । ୧୩୫ କୋଟି ଭାରତୀୟଙ୍କୁ ରାଷ୍ଟ୍ରାୟତ ବାଣିଜ୍ୟିକ ବ୍ୟାଙ୍କ ଗୁହାଳରେ ପୁରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପରିଣାମ ସ୍ୱରୂପ ଉପଭୋକ୍ତାଙ୍କ ଝାଳବୁହା ଟଙ୍କାକୁ ନାନା ଉପାୟରେ ଲୁଟିବା ପାଇଁ ସବୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ପ୍ରତିଯୋଗିତା ଆରମ୍ଭ କରିଛନ୍ତି ।
ନିରବ ମୋଦୀ, ବିଜୟ ମାଲ୍ୟାଙ୍କ ଭଳି ମହାଠକଙ୍କୁ ଟଙ୍କା କରଜ ଦେବା ପାଇଁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଅନାଇ ରହୁଛନ୍ତି । ମାତ୍ର ଛୋଟ ବ୍ୟବସାୟୀଙ୍କୁ ଟଙ୍କା କରଜ ଦେବାକୁ ସବୁ ବ୍ୟାଙ୍କଗୁଡ଼ିକ ପଛାଇ ଯାଉଛନ୍ତି । ପରିଣାମ ସ୍ୱରୂପ ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ କାରଣରୁ ବ୍ୟବସାୟିକ କ୍ଷତି ସହୁଥିବା ବାଣିଜ୍ୟିକ ବ୍ୟାଙ୍କର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏଇ ୧୩୫ କୋଟି ଜନତାଙ୍କ ଝାଳବୁହା ଧନକୁ ବ୍ୟବହାର କରୁଛନ୍ତି ।
ମୋଦୀ ସରକାରଙ୍କ କୋଭିଡ୍ ନୀତି ନବୀନବାବୁଙ୍କୁ ଭଲ ଭାବରେ ସୁହାଇଛି । ସରକାରୀ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ତୁଳନାରେ ଘରୋଇ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ ତିନି ଚାରିଗୁଣ ଅଧିକ । ମାତ୍ର ନବୀନ ସରକାର ଘରୋଇ ଡାକ୍ତରଖାନାର କୌଣସିଟି କୋଭିଡ୍ ବିଲକୁ ପ୍ରତିବାଦ ନକରିବା ମାନେ କୋଭିଡ୍ ଚିକିତ୍ସା ଆଳରେ ରାଜକୋଷକୁ ଭଲ କରି ଲୁଟିବା । ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ବିଜେଡି ଓ ବିଜେପି ସରକାରଙ୍କ ଜନଶୋଷଣ ନୀତି ସମସ୍ତଙ୍କୁ ଜଣା । ସତ ଧରାପଡ଼ିଲେ ସର୍ବନାଶ । ସତ୍ୟକୁ ସ୍ୱଚ୍ଛତାର ସହିତ ଲୁଚାଇବା ଦିଗରେ ମୋଦୀ ଓ ନବୀନ ଧୁରନ୍ଧର ।