ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦କୁ ମଞ୍ଜୁର କରିଛି, ଯାହା ଅଧୀନରେ ୫ ବର୍ଷ ମଧ୍ୟରେ ସହରାଞ୍ଚଳରେ ସୁଲଭ ମୂଲ୍ୟରେ ଘର ନିର୍ମାଣ, କ୍ରୟ କିମ୍ବା ଭଡ଼ା ଦେବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ (କେନ୍ଦ୍ରଶାସିତ ଅଞ୍ଚଳ)/ପିଆରଆଇ ମାଧ୍ୟମରେ ୧ କୋଟି ସହରାଞ୍ଚଳ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଯୋଜନା ରେ ୨.୩୦ ଲକ୍ଷ କୋଟି ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯିବ ।

ସହରାଞ୍ଚଳରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବକାଳୀନ ପକ୍କା ଘର ଯୋଗାଇଦେବା ପାଇଁ ପିଏମଏୱାଇ-ୟୁ ହେଉଛି ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ । ପିଏମଏୱାଇ-ୟୁ ଅଧୀନରେ ୧.୧୮ କୋଟି ଘର ମଞ୍ଜୁର ହୋଇଥିବା ବେଳେ ୮୫.୫ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।

ମାନ୍ୟବର ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟ୨୦୨୩ ରେ ଲାଲକିଲ୍ଲା ପ୍ରାଚୀରରୁ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ଯେ ଦୁର୍ବଳ ବର୍ଗ ଏବଂ ମଧ୍ୟବିତ୍ତ ପରିବାରମାନଙ୍କୁ ଘର ମାଲିକ ହେବାରେ ସୁବିଧା ପ୍ରଦାନ କରିବା ପାଇଁ ଭାରତ ସରକାର ଆଗାମୀ ବର୍ଷଗୁଡ଼ିକ ପାଇଁ ଏକ ନୂତନ ଯୋଜନା ଆଣିବେ ।

୨୦୨୪ ଜୁନ୍ ୧୦ତାରିଖରେ କେନ୍ଦ୍ର କ୍ୟାବିନେଟ୍ ୩ କୋଟି ଅତିରିକ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ସଂକଳ୍ପ ନେଇଥିଲା, ଯାହା ଯୋଗ୍ୟ ପରିବାରସଂଖ୍ୟା ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକତାକୁ ପୂରଣ କରିବ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ପିଏମଏୱାଇ-ୟୁ ୨.୦ରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ ସହିତ, ଏକ କୋଟି ପରିବାରର ଆବାସ ଆବଶ୍ୟକତାକୁ ପୂରଣ କରିବ ଏବଂ ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ମାନର ଜୀବନ ଯାପନ କରିବେ ତାହା ସୁନିଶ୍ଚିତ କରିବ ।

ଏହାବ୍ୟତୀତ ବ୍ୟାଙ୍କ/ହାଉସିଂ ଫାଇନାନ୍ସ କମ୍ପାନି(ଏଚଏଫସି)/ପ୍ରାଥମିକ ଋଣ ପ୍ରଦାନକାରୀ ଅନୁଷ୍ଠାନ (ପିଏଫଆଇ)ରୁ ସୁଲଭ ଗୃହ ଋଣ ଉପରେ ଋଣ ଗ୍ୟାରେଣ୍ଟିର ଲାଭ ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍)/ନିମ୍ନ ଆୟ ବର୍ଗ (ଏଲ୍ଆଇଜି) ବର୍ଗଙ୍କୁ ସେମାନଙ୍କର ପ୍ରଥମ ଘର ନିର୍ମାଣ/କ୍ରୟ ପାଇଁ ପ୍ରଦାନ କରିବା ପାଇଁ କ୍ରେଡିଟ୍ ରିସ୍କ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ (ସିଆରଜିଏଫଟି)ର କର୍ପସ ପାଣ୍ଠିକୁ ୧,୦୦୦ କୋଟି ଟଙ୍କାରୁ ୩,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ରେଡିଟ୍ ରିସ୍କ ଗ୍ୟାରେଣ୍ଟି ପାଣ୍ଠିର ପରିଚାଳନା ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନଏଚବି)ରୁ ନ୍ୟାସନାଲ କ୍ରେଡିଟ୍ ଗ୍ୟାରେଣ୍ଟି କମ୍ପାନୀ (ଏନସିଜିଟିସି)କୁ ହସ୍ତାନ୍ତର କରାଯିବ । କ୍ରେଡିଟ୍ ରିସ୍କ ଗ୍ୟାରେଣ୍ଟି ଫଣ୍ଡ ସ୍କିମ୍ ର ପୁନର୍ଗଠନ କରାଯାଉଛି ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ଦ୍ୱାରା ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯିବ।

ପିଏମଏୱାଇ-ୟୁ ୨.୦ ଯୋଗ୍ୟତା ମାନଦଣ୍ଡ

ଦେଶର କୌଣସି ସ୍ଥାନରେ ପକ୍କା ଘର ନଥିବା ଇଡବ୍ଲ୍ୟୁଏସ୍/ ଏଲଆଇଜି /ମଧ୍ୟମ ଆୟ ବର୍ଗ (ଏମଆଇଜି) ବର୍ଗର ପରିବାର ପିଏମଏୱାଇ-ୟୁ ୨.୦ ଅଧୀନରେ ଘର କିଣିବା କିମ୍ବା ନିର୍ମାଣ କରିବାକୁ ଯୋଗ୍ୟ ଅଟନ୍ତି ।

  • ଇଡବ୍ଲ୍ୟୁଏସ୍ ପରିବାର ହେଉଛି ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ପରିବାର ।
  • ଏଲଆଇଜି ପରିବାର ହେଉଛି ସେହି ପରିବାର ଯେଉଁମାନଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।
  • ଏମଆଇଜି ପରିବାର ହେଉଛି ସେହି ପରିବାର ଯେଉଁମାନଙ୍କର ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ଯୋଜନାର କଭରେଜ୍

ଜନଗଣନା ୨୦୧୧ ଅନୁଯାୟୀ ସମସ୍ତ ବୈଧାନିକ ସହର ଏବଂ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସହରଗୁଡିକ, ବିଜ୍ଞାପିତ ଯୋଜନା/ଉନ୍ନୟନ କ୍ଷେତ୍ର ଅଧୀନରେ ଥିବା ଶିଳ୍ପ ଉନ୍ନୟନ କର୍ତ୍ତୃପକ୍ଷ/ସ୍ୱତନ୍ତ୍ର ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ /ନଗର ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ଆଇନ ଅଧୀନରେ ଥିବା କୌଣସି କର୍ତ୍ତୃପକ୍ଷ, ଯାହା ସହରାଞ୍ଚଳ ଯୋଜନା ଏବଂ ନିୟମାବଳୀର ଦାୟିତ୍ୱ ରେ ରହିଛି ସେମାନଙ୍କୁ ମଧ୍ୟ ପିଏମଏୱାଇ-ୟୁ ୨.୦ ଅଧୀନରେ କଭରେଜ୍ ପାଇଁ ଅନ୍ତର୍ଭୁକ୍ତ କରାଯିବ।

ପିଏମଏୱାଇ-ୟୁ ୨.୦ ଉପାଦାନ

ଏହି ଯୋଜନା ରେ ନିମ୍ନଲିଖିତ ବିଭାଗ ମାଧ୍ୟମରେ ସହରାଞ୍ଚଳରେ ସୁଲଭ ଆବାସ ଆବଶ୍ୟକତାକୁ ପୂରଣ କରିବାକୁ ଚେଷ୍ଟା କରାଯାଇଛି:

  1. ହିତାଧିକାରୀ ଙ୍କ ନେତୃତ୍ବାଧୀନ ନିର୍ମାଣ (ବିଏଲସି):ଏହା ଅଧୀନରେ ଇଡବ୍ଲ୍ୟୁଏସ୍ ବର୍ଗର ବ୍ୟକ୍ତିଗତ ଯୋଗ୍ୟ ପରିବାରମାନଙ୍କୁ ସେମାନଙ୍କନିଜ ଉପଲବ୍ଧ ଖାଲି ଜମିରେ ନୂତନ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଭୂମିହୀନ ହିତାଧିକାରୀଙ୍କ କ୍ଷେତ୍ରରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଜମି ଅଧିକାର (ପଟ୍ଟା) ପ୍ରଦାନ କରାଯାଇପାରିବ ।
  2. ଭାଗିଦାରୀରେ ସୁଲଭ ଗୃହ (ଏଏଚପି) : ଏଏଚପି ଅଧୀନରେ ଇଡବ୍ଲୁଏସ ହିତାଧିକାରୀଙ୍କୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ / ସହର /ସରକାରୀ /ବେସରକାରୀ ଏଜେନ୍ସିମାନଙ୍କ ଦ୍ୱାରା ବିଭିନ୍ନ ଭାଗିଦାରୀରେ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

 

  • ଘରୋଇ ପ୍ରକଳ୍ପରୁ ଘର କିଣୁଥିବା ହିତାଧିକାରୀଙ୍କୁ ରିଡିମେବଲ ହାଉସିଂ ଭାଉଚର ପ୍ରଦାନ କରାଯିବ। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/ୟୁଏଲବି ସମସ୍ତ ଆବଶ୍ୟକୀୟ ନିୟମ ପାଳନ କରି ଘରୋଇ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ହ୍ବାଇଟଲିଷ୍ଟ କରିବେ।
  • ଅଭିନବ ନିର୍ମାଣ ଜ୍ଞାନକୌଶଳ ବ୍ୟବହାର କରି ଏଏଚପି ପ୍ରକଳ୍ପଗୁଡ଼ିକୁ ବର୍ଗ ମିଟର/ ୟୁନିଟ୍ ପିଛା ୧୦୦୦ ଟଙ୍କା ହିସାବରେ ଟେକ୍ନୋଲୋଜି ଇନୋଭେସନ୍ ଗ୍ରାଣ୍ଟ (ଟିଆଇଜି) ଆକାରରେ ଅତିରିକ୍ତ ଅନୁଦାନ ପ୍ରଦାନ କରାଯିବ

ସୁଲଭ ଭଡ଼ା ଘର (ଏଆରଏଚ୍):କର୍ମଜୀବୀ ମହିଳା/ଶିଳ୍ପ ଶ୍ରମିକ/ସହରାଞ୍ଚଳ ପ୍ରବାସୀ/ବାସହୀନ/ନିରାଶ୍ରୟ/ ଛାତ୍ର ଓ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାପ୍ତ ଭଡ଼ା ଗୃହ ସୃଷ୍ଟି ହେବ। ଏଆରଏଚ ସହରାଞ୍ଚଳବାସିନ୍ଦାଙ୍କ ପାଇଁ ସୁଲଭ ଏବଂ ସ୍ୱଚ୍ଛ ବାସସ୍ଥାନ ସୁନିଶ୍ଚିତ କରିବ ଯେଉଁମାନେ ଘର ମାଲିକ ହେବାକୁ ଚାହୁଁନାହାଁନ୍ତି କିନ୍ତୁ ସ୍ୱଳ୍ପ କାଳୀନ ଭିତ୍ତିରେ ଘର ଆବଶ୍ୟକ କରନ୍ତି କିମ୍ବା ଯେଉଁମାନଙ୍କର ଘର ନିର୍ମାଣ / କିଣିବା ପାଇଁ ଆର୍ଥିକ କ୍ଷମତା ନାହିଁ ।

ନିମ୍ନଲିଖିତ ଭାବରେ ଦୁଇଟି ମଡେଲ ମାଧ୍ୟମରେ ଏହି କାର୍ଯ୍ୟାନ୍ୱୟନ କରାଯିବ:

  • ମଡେଲ-୧: ସହରମାନଙ୍କରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଖାଲି ଘରଗୁଡ଼ିକୁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମୋଡ୍ ରେ କିମ୍ବା ସରକାରୀ ଏଜେନ୍ସି ଦ୍ୱାରା ଏଆରଏଚରେ ପରିଣତ କରି ବ୍ୟବହାର କରିବା।
  • ମଡେଲ-୨: ଘରୋଇ/ସରକାରୀ ଏଜେନ୍ସି ଦ୍ୱାରା ଭଡ଼ା ଘର ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ

ଅଭିନବ ଜ୍ଞାନକୌଶଳ ବ୍ୟବହାର କରି ନିର୍ମିତ ପ୍ରକଳ୍ପ ଗୁଡ଼ିକ ପାଇଁ କେନ୍ଦ୍ର ସରକାର ବର୍ଗମିଟର ପିଛା ୩,୦୦୦ ଟଙ୍କା ହାରରେ ଟିଆଇଜି ପ୍ରଦାନ କରିବେ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର ରାଜ୍ୟ ଅଂଶ ଭାବରେ ବର୍ଗମିଟର ପିଛା ୨୦୦୦ ଟଙ୍କା ପ୍ରଦାନ କରିବେ।

୪. ସୁଧ ସବସିଡି ସ୍କିମ୍ ( ଆଇଏସ୍ଏସ୍): ଇଡବ୍ଲ୍ୟୁଏସ୍ / ଏଲ୍ଆଇଜି ଏବଂ ଏମଆଇଜି ପରିବାର ପାଇଁ ଗୃହ ଋଣ ଉପରେ ସବସିଡିର ଲାଭ ଆଇଏସଏସ ବିଭାଗ ପ୍ରଦାନ କରିବ । ୩୫ ଲକ୍ଷ ପର୍ଯ୍ୟନ୍ତ ଘର ମୂଲ୍ୟ ବିଶିଷ୍ଟ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ହିତାଧିକାରୀ ୧୨ ବର୍ଷ ପର୍ଯ୍ୟନ୍ତ ପ୍ରଥମ ୮ ଲକ୍ଷ ଟଙ୍କାର ଋଣ ଉପରେ ୪ ପ୍ରତିଶତ ସୁଧ ସବସିଡି ପାଇବାକୁ ଯୋଗ୍ୟ ହେବେ। ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷିଆ କିସ୍ତିରେ ସର୍ବାଧିକ ୧.୮୦ ଲକ୍ଷ ଟଙ୍କା ସବସିଡି ଦିଆଯିବ। ହିତାଧିକାରୀମାନେ ୱେବସାଇଟ୍, ଓଟିପି କିମ୍ବା ସ୍ମାର୍ଟ କାର୍ଡ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ଆକସେସ୍ କରିପାରିବେ।

ପିଏମଏୱାଇ-ୟୁ ୨.୦ କୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସଏସ) ଭାବରେ କାର୍ଯ୍ୟକାରୀ କରାଯିବ, କେବଳ ସୁଧ ସବସିଡି ଯୋଜନା (ଆଇଏସଏସ) ଉପାଦାନ ବ୍ୟତୀତ, ଯାହା କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ କାର୍ଯ୍ୟକାରୀ ହେବ ।

ପାଣ୍ଠି ବ୍ୟବସ୍ଥା

ଆଇଏସଏସ ବ୍ୟତୀତ ବିଭିନ୍ନ ବିଭାଗ ଅଧୀନରେ ଘର ନିର୍ମାଣ ଖର୍ଚ୍ଚ ମନ୍ତ୍ରଣାଳୟ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/ୟୁଏଲବି ଏବଂ ଚିହ୍ନଟ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ। ପିଏମଏୱାଇ-ୟୁ ୨.୦ ଅଧୀନରେ ଏଏଚପି/ବିଏଲସି କ୍ଷେତ୍ରରେ ସରକାରୀ ସହାୟତା ୟୁନିଟ୍ ପିଛା ୨.୫୦ ଲକ୍ଷ ଟଙ୍କା ହେବ। ଏହି ଯୋଜନାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅଂଶ ବାଧ୍ୟତାମୂଳକ ହେବ। ବିଧାନସଭା ବିହୀନ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର: ରାଜ୍ୟ ଭାଗିଦାରୀ ଢାଞ୍ଚା ୧୦୦:୦, ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳ (କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ, ଜମ୍ମୁ ଓ କଶ୍ମୀର ଏବଂ ପୁଡୁଚେରୀ), ଉତ୍ତର-ପୂର୍ବ ରାଜ୍ୟ ଏବଂ ହିମାଳୟ ରାଜ୍ୟ (ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ) ପାଇଁ ୯୦:୧୦ ଏବଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅଂଶୀଦାର ଢାଞ୍ଚା ୬୦:୪୦ ରହିବ। ଗୃହର ଉପଲବ୍ଧତା ରେ ଉନ୍ନତି ଆଣିବା ପାଇଁ, ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୟୁଏଲବି ହିତାଧିକାରୀମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିପାରିବେ ।

ଆଇଏସ୍ଏସ୍ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷିଆ କିସ୍ତିରେ ୧.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ।

ଏହାର ବିସ୍ତୃତ ବିବରଣୀ ନିମ୍ନରେ ଦିଆଯାଇଛି ।

S. No.  

States/UTs

PMAY-U 2.0 Verticals
BLC & AHP ARH ISS
North-Eastern Region States, Himachal Pradesh, Uttarakhand and Union Territory (UT) of J&K, Puducherry and Delhi Central Govt.- ₹2.25 lakh per unit

State Govt.- Min. ₹0.25 lakh per unit

 

Technology Innovation Grant

 

GoI: ₹3,000/Sqm per unit

 

State Share: ₹2,000/Sqm per unit

Home Loan Subsidy – up to ₹1.80 lakh (Actual Release) per unit by Government of India as Central Sector Scheme

 

All other UTs Central Govt. – ₹2.50 lakh per unit
Remaining States Central Govt. – ₹1.50 lakh per unit

State Govt.- Min. ₹1.00 lakh per unit

 

ସୂଚନା :

  1. ପିଏମଏୱାଇ-ୟୁ ୨.୦ ଅଧୀନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅଂଶ ବାଧ୍ୟତାମୂଳକ ହେବ। ସର୍ବନିମ୍ନ ରାଜ୍ୟ ଭାଗ ବ୍ୟତୀତ, ରାଜ୍ୟ ସରକାରମାନେ ସୁଲଭତା ବୃଦ୍ଧି ପାଇଁ ଅତିରିକ୍ତ ଟପ୍-ଅପ୍ ଅଂଶ ମଧ୍ୟ ପ୍ରଦାନ କରିପାରିବେ ।
  2. କେନ୍ଦ୍ରୀୟ ସହାୟତା ବ୍ୟତୀତ, ଏମଓଏଚୟୁଏ କେବଳ ଏଏଚପି ପ୍ରକଳ୍ପଗୁଡିକୁ ଟେକ୍ନୋଲୋଜି ଇନୋଭେସନ୍ ଗ୍ରାଣ୍ଟ (ଟିଆଇଜି) ପ୍ରଦାନ କରିବ ଯାହା ଏଏଚପି ପ୍ରକଳ୍ପ ଅଧୀନରେ କୌଣସି ଅତିରିକ୍ତ ବ୍ୟୟ ପ୍ରଭାବର ପ୍ରଭାବକୁ ଭରଣା କରିବା ପାଇଁ କାର୍ଯ୍ୟକାରୀ କାରୀ ସଂସ୍ଥାଗୁଡ଼ିକୁ ପ୍ରତି ୟୁନିଟ୍ ପିଛା ୧,୦୦୦ ଟଙ୍କା ପ୍ରତି ବର୍ଗମିଟର ପିଛା ଯାହାକି ୩୦ ବର୍ଗ ମିଟର ପର୍ଯନ୍ତ ହେବ ଏବଂ ଏଥିରେ ଅଭିନବ ନିର୍ମାଣ ସାମଗ୍ରୀ, ଜ୍ଞାନକୌଶଳ ଏବଂ ପ୍ରକ୍ରିୟା ବ୍ୟବହାର କରିବ ।

ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ସବ୍ ମିଶନ (ଟିଆଇଏସଏମ) : ପିଏମଏୱାଇ-ୟୁ ୨.୦ ଅଧୀନରେ ଟିଆଇଏସଏମ ପ୍ରତିଷ୍ଠା କରାଯିବ ଯାହା କି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ମାର୍ଗଦର୍ଶନ ଏବଂ ସୁବିଧା ପ୍ରଦାନ କରିବ ଏବଂ ଘରଗୁଡ଼ିକର ଦ୍ରୁତ ଏବଂ ଗୁଣାତ୍ମକ ନିର୍ମାଣ ପାଇଁ ଆଧୁନିକ, ଅଭିନବ ଏବଂ ସବୁଜ ଜ୍ଞାନକୌଶଳ ଏବଂ ନିର୍ମାଣ ସାମଗ୍ରୀ ଗ୍ରହଣ କରିବ । ଟିଆଇଏସଏମ ଅଧୀନରେ, ଜଳବାୟୁ ସ୍ମାର୍ଟ ବିଲ୍ଡିଂ ଏବଂ ସ୍ଥିର ଗୃହ ନିର୍ମାଣ ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ଏବଂ ପରିବେଶ ଅନୁକୂଳ ଜ୍ଞାନକୌଶଳ ଉପରେ ଧ୍ୟାନ କେନ୍ଦ୍ରିତ କରି ଚ୍ୟାଲେଞ୍ଜ ମୋଡରେ ଅଭିନବ ଅଭ୍ୟାସ ଏବଂ ପ୍ରକଳ୍ପ ମାଧ୍ୟମରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ / ସହରଗୁଡିକୁ ସହାୟତା ଦିଆଯିବ ।

ସୁଲଭ ଆବାସ ନୀତି : ପିଏମଏୱାଇ-ୟୁ ୨.୦ ଅଧୀନରେ ଲାଭ ପାଇବା ପାଇଁ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସରକାରୀ/ବେସରକାରୀ ସଂସ୍ଥାଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏବଂ ସୁଲଭ ଗୃହ ନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସଂସ୍କାର ଏବଂ ପ୍ରୋତ୍ସାହନ ସମ୍ବଳିତ “ସୁଲଭ ଗୃହ ନିର୍ମାଣ ନୀତି” ପ୍ରସ୍ତୁତ କରିବାକୁ ପଡିବ । ‘ସୁଲଭ ଗୃହ ନୀତି’ରେ ଏଭଳି ସଂସ୍କାର ଅନ୍ତର୍ଭୁକ୍ତ ହେବ ଯାହା ‘ସୁଲଭ ଗୃହ ନିର୍ମାଣ’ର ସାମର୍ଥ୍ୟରେ ଉନ୍ନତି ଆଣିବ।

ପ୍ରଭାବ: ପିଏମଏୱାଇ-ୟୁ ୨.୦ ଇଡବ୍ଲ୍ୟୁଏସ୍ / ଏଲଆଇଜି ଏବଂ ଏମଆଇଜି ବର୍ଗର ଗୃହ ସ୍ୱପ୍ନକୁ ସାକାର କରି ‘ସମସ୍ତଙ୍କ ପାଇଁ ଗୃହ’ ଲକ୍ଷ୍ୟ ହାସଲ କରିବ । ଏହି ଯୋଜନା ବସ୍ତିବାସିନ୍ଦା, ଏସସି/ଏସଟି, ସଂଖ୍ୟାଲଘୁ, ବିଧବା, ଭିନ୍ନକ୍ଷମ ଏବଂ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ ଆବଶ୍ୟକତାକୁ ପୂରଣ କରି ଜନସଂଖ୍ୟାର ବିଭିନ୍ନ ବର୍ଗରେ ସମାନତା ସୁନିଶ୍ଚିତ କରିବ । ପିଏମ୍ ସ୍ବନିଧି ଯୋଜନାରେ ଚିହ୍ନଟ ହୋଇଥିବା ରାସ୍ତାକଡ଼ ଦୋକାନୀ ସଫେଇ କର୍ମୀ ଏବଂ ପ୍ରଧାନମନ୍ତ୍ରୀ-ବିଶ୍ୱକର୍ମା ଯୋଜନାରେ ଚିହ୍ନଟ ହୋଇଥିବା ବିଭିନ୍ନ କାରିଗର, ଅଙ୍ଗନବାଡ଼ି କର୍ମୀ, ବିଲ୍ଡିଂ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ, ବସ୍ତି/ଚାଳଘର ବାସିନ୍ଦା ଓ ପିଏମ୍ଏୱାଇ-ୟୁ-୨.୦ ପରିଚାଳନା ସମୟରେ ଚିହ୍ନଟ ହୋଇଥିବା ଅନ୍ୟାନ୍ୟ ଗୋଷ୍ଠୀ ଉପରେ ବିଶେଷ ଧ୍ୟାନ ଦିଆଯିବ।