ଅଟୋରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା: ଅଟୋରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡାରୁ ଏହି ଗଞ୍ଜେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଯାଉଥିବା ଜଣାପଡ଼ିଛି । ୨୮ଟି ବସ୍ତାରେ ସିଲେଇ ହୋଇ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଜବତ ହୋଇଥିବା ଗଞ୍ଜେଇର ଓଜନ ୮୧୧ କିଗ୍ରା ହୋଇଥିବା ବେଳେ ଚୋରା ଚାଲାଣରେ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି।