ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ଗହଣା ଲୁଟ, ୩ ଗିରଫ

ନକଲି ସିବିଆଇ ଅଧିକାରୀ କହି …..

ବ୍ରହ୍ମପୁର: ନକଲି ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ରେଳଷ୍ଟେସନ୍‌ ଅଂଚଳରେ। ଅଭିଯୁକ୍ତଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ରାଜସ୍ଥାନ ବାଲୋତ୍ରା ଅଂଚଳର ନରେନ୍ଦ୍ର କୁମାର ଓରଫ ପ୍ରଜାପତି (୨୪), ପୁନମ ଚାନ୍ଦ (୫୫) ଓ ପାଲି ଅଂଚଳର ଜିତୁ ଚୌଧୁରୀ (୨୮)। ଏହି ମାମଲାରେ ଆହୁରି ୫ ଜଣ ଫେରାର ଥିବା ସୂଚନା ପ୍ରଦାନ କରିଛନ୍ତି ଜିଆରପି ଏସଡିଆରପିଓ ଜଗନ୍ନାଥ ମାଲିକ।

ଗତ ଫେବୃଆରୀ ୨୫ ତାରିଖ ରାତି ପ୍ରାୟ ସାଢେ ୯ ଟା ବେଳେ ବିଶାଖାପାଟଣାର ସୁନା ବ୍ୟବସାୟୀ ହସମୁଖ ଜୈନ ଏବଂ ତାଙ୍କର ଜଣେ ସହଯୋଗୀ କୋଣାର୍କ ଏକ୍ସପ୍ରେସରୁ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଥିଲେ। ବାଇକ୍‌ ପାର୍କିଂ ନିକଟକୁ ଯାଉଥିବା ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ।

ହସମୁଖଙ୍କ ବ୍ୟାଗ୍‌ ଯାଂଚ୍‌ କରିବା ବାହାନାରେ ସେମାନେ ବଳପୂର୍ବକ ୩୩ ପ୍ରକାରର ସୁନା ଅଳଙ୍କାର, ଦୁଇଟି ମୋବାଇଲ୍‌ ଫୋନ୍‌ ଏବଂ ଜରୁରୀ କାଗଜପତ୍ର ଥିବା ବ୍ୟାଗଟିକୁ ଲୁଟି ଫେରାର ହୋଇଯାଇଥିଲେ।