ଭୁବନେଶ୍ୱର, (ଏସ୍ ନ୍ୟୁଜ): ରାଜ୍ୟରେ ଏବେ ବି ସଂକ୍ରମଣ ଜାରି ରହିଛି । ଏହାରି ଭିତରେ ଅଗଷ୍ଟ ମାସ ଗାଇଡ ଲାଇନ୍ ବି ଜାରି ହୋଇ ସାରିଛି । ସରକାର ଏଥିରେ ଆହୁରି କୋହଳ କରିଛନ୍ତି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତଳେ ରହୁଥିବା ବେଳେ ଏବେ ୧୫ ସହ ତଳକୁ ଖସିଲାଣି । ଏହା ମଧ୍ୟରେ ଆଜି ୧୪୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୩୨ ଓ ସ୍ଥାନୀୟ ଅଞ୍ଚଳରୁ ୬୦୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୫୬ ହଜାର ୮୨୮ ରହିଥିବା ବେଳେ ୧୫ ହଜାର ୮୫୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।