ଭୁବନେଶ୍ୱର (ଏସ୍ ନ୍ଯୁଜ ): ଅଟଳ ମିଶନ ‘ଅମୃତ’ ଯୋଜନା କେନ୍ଦ୍ର ସରକାର ଓଡ଼ିଶାକୁ ୨୦୧୫-୨୦ ବର୍ଷରେ ୮୮୫.୫୮ କୋଟି ପ୍ରଦାନ । ଏହି ଯୋଜନାରେ ଓଡ଼ିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି। ଅବଶିଷ୍ଟ ୩୯ ପ୍ରକଳ୍ପର କାମ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।
‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହର ଗୁଡିକୁ ସାମିଲ କରାଯାଇଛି। ପାନୀୟ ଜଳ ଯୋଗାଣ, ସ୍ୱରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣ-ମୋଟର୍ ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।
“ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା(ସାପ୍) ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ ଆହୁରି ଲେଖିଛନ୍ତି-“ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ବି ପୂରଣ କରୁଛି।