ଚନ୍ଦନେଶ୍ୱର ଚଡ଼କ ମେଳା: ଶିବ-କାମିନୀ ବିବାହ ସମ୍ପନ୍ନ

ଧୁମଧାମରେ ପାଳିତ ହୋଇଛି ବାଲେଶ୍ୱର ଜିଲ୍ଲା ଭୋଗରାଇ …..

ଭୋଗରାଇ: ଧୁମଧାମରେ ପାଳିତ ହୋଇଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହୁଗୁଳିରେ ଜଳ ଯନ୍ତ୍ର ଭାବେ ପୂଜିତ ପୂର୍ବ ଭାରତ ପ୍ରସିଦ୍ଧ ଆଶୁତୋଷ ବାବା ଚନ୍ଦନେଶ୍ୱର ଚଡକ ପର୍ବ। ରବିବାର ଥିଲା ଚଡକ ପର୍ବର ଦ୍ୱିତୀୟ ଅର୍ଘ୍ୟ। ବାବାଙ୍କ ୨ଟି ସ୍ୱତନ୍ତ୍ର ନୀତି କ୍ରାନ୍ତି ପାଳିତ ହୋଇଥିଲା। ଗୋଟିଏ ପଟେ ବାବାଙ୍କ ନୀଳପର୍ବ ଥିବା ବେଳେ ଅନ୍ୟପଟେ ରାକ୍ଷସୀ କାମିନୀଙ୍କୁ ବିବାହ କାର୍ଯ୍ୟ ପାଳନ କରାଯାଇଥିଲା।

ହଜାର ହଜାର ଭକ୍ତଙ୍କ ଗହଣରେ ମନ୍ଦିର ଗର୍ଭଗୃହରେ ଗୁପ୍ତ ଭାବରେ ରାକ୍ଷସୀ କାମିନୀଙ୍କ ସହ ମହାଦେବଙ୍କ ବିବାହ ସମ୍ପନ୍ନ ହୋଇଛି। ବାବା ଚନ୍ଦନେଶ୍ୱର ଓ ରାକ୍ଷସୀ କାମିନୀଙ୍କ ବିବାହ କାର୍ଯ୍ୟରେ ଯୋଗଦାନ ପାଇଁ ବଡ଼ି ଭୋରରୁ ଭକ୍ତ ସୁଅ ଛୁଟିଥିଲା। ଭୋଟପୁର ସ୍ଥିତି ଶିବ-କାମିନୀ ଘଟ ଦ୍ୱୟକୁ ନେଇ ଶ୍ରୀବେକଡି, ଦେଉଳିଆ, ପାଟଭକ୍ତ ସହ ସମସ୍ତ ସେବାୟତମାନେ ବାଜା, ସାହାନାଇ, ଢୋଲ, ମୃଦଙ୍ଗରେ ତାଳେ ତାଳେ ନାଚି ନାଚି ମନ୍ଦିରକୁ ଆସିଥିଲେ।

ଦ୍ୱିତୀୟ ଅର୍ଘ୍ୟ ସୁଦ୍ଧା ଉପବିତଧାରୀ ଭକ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲା ବେଳେ ଆଇନଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ୨୧ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ କରିଥିଲା। ତା’ ସହିତ ଚନ୍ଦନେଶ୍ୱର ମେଳାରେ ସ୍ୱତନ୍ତ୍ର ୩ ପ୍ଲାଟୁନ ବିଏସ୍‌ଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି।