ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ‘ଡିଜିଟାଲ ହାଉସ’ର ଶୁଭାରମ୍ଭ କରିଛନ୍ତି । ଓଡିଶା ବିଧାନସଭା ବାଚସ୍ପତି ସୁରମ ପାଢୀ ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇ-ବିଧାନସଭା ଆପ୍ଲିକେସନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାଦ୍ୱାରା ଗୃହର ସବୁ କାର୍ଯ୍ୟକ୍ରମ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ । ବିଧାନସଭାର ସମସ୍ତ ସଦସ୍ୟ ସେମାନଙ୍କ ମୋବାଇଲ କିମ୍ବା ଅନ୍ୟ କୌଣସି ଡିଜିଟାଲ ଡିଭାଇସରେ ରିଏଲ ଟାଇମ ତଥ୍ୟ ପାଇପାରିବେ । ଏହି ବ୍ୟବସ୍ଥା ପେପର୍ଲେସ୍ ହାଉସ୍ ଭାବେ ଗୃହର ଗୌରବ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।