ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ନଂ ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜର ମତଦାନ ସାବ୍ୟସ୍ତ କରିବା ପରେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ । ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ନିର୍ବାଚନରେ ଇତିହାସ ରଚିବ ବିଜେଡି । ଜଗନ୍ନାଥଙ୍କ ଆର୍ଶୀବାଦରୁ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ବଡ ବିଜୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ସ୍ଥିର ସରକାର କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ମତ ସାବ୍ୟସ୍ତ କରିବାକୁ ନବୀନ ଅପିଲ କରିଛନ୍ତି ।