ଧାମନଗର ଉପ ନିର୍ବାଚନ ରେ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଝଲକ ଦେଖିବାକୁ ମିିଳିବ । ସେହି ଦୁଇ ନିର୍ବାଚନରେ ଅକ୍ଟୋବର ୩୧ରେ ଭର୍ଚୁଆଲ୍‌ ପ୍ରଚାର କରିବା ଭଳି ଚଳିତ ମାସ ୩୧ ତାରିଖରେ ଭର୍ଚୁଆଲ୍‌ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।