ପାରଳାଖେମୁଣ୍ଡି ( ଏସ୍ ନ୍ୟୁଜ ): ପୁଣି ନିଖୋଜ ହୋଇଗଲା ୮ ବର୍ଷର ଶିଶୁ ପୁତ୍ର। ଘର ନିକଟରେ ଖେଳୁଥିବା ବେଳେ ଗତକାଲି ୨ ଜଣ ଅଜଣା ବ୍ୟକ୍ତି ଆସି ବାଇକ୍ରେ ଛୁଆଟିକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ଏପରି ଘଟଣାର ଘଟିଛି ହୋଇଛି।
ସୂଚନାମୁତାବିକ, କାଶୀନଗର ଏନଏସି କୁମୁଟି ସାହିର ଯାମ୍ମି ମନ୍ମଧା ଜଣେ କାଜୁ ବ୍ୟବସାୟୀ। ତାଙ୍କ ୮ ବର୍ଷର ପୁଅ ଯାମ୍ମି ହାର୍ଦିକ ଗତକାଲି ସନ୍ଧ୍ୟା ସମୟରେ ଘରଠୁ ଅଳ୍ପ ଦୂରରେ ନିଜ ସାଙ୍ଗଙ୍କ ସହ ଖେଳୁଥିଲା। ଏହି ସମୟରେ ବାଇକ୍ରେ ୨ ଜଣ ପହଞ୍ଚି ତମ ବାପା କେଉଁଠି ବୋଲି ହାର୍ଦିକଙ୍କୁ ପଚାରିଲେ। ଏହାପରେ ବାପା ଫ୍ୟାକ୍ଟ୍ରିରେ ଥିବା ପିଲାଟି କହିବାରୁ ଦେଖାଇ ଦେବାକୁ କହି ପିଲାଟିକୁ ବାଇକ୍ ମଝିରେ ବସାଇଥିଲେ। ପିଲାଟିର ସାଙ୍ଗ ତାଙ୍କ ସହିତ ଯିବାକୁ କହିବାରୁ ସେ ମନା କରିଥିଲେ। ତେବେ ଦୁର୍ବୃତ୍ତମାନେ ତାକୁ ନେଇ ଦ୍ରୁତଗତିରେ ପଳାଇଥିଲେ।
ଏନେଇ ପରିବାର ଲୋକେ ଖବର ପାଇ ଖୋଜାଖୋଜି କରିଥିଲେ ମଧ୍ୟ ପୁଅକୁ ପାଇପାରି ନାହାନ୍ତି। ଖବର ପାଇ କାଶୀନଗର ଥାନା ପୁଲିସ୍ ସମେତ ଗଜପତି ଏସ୍ପି ପହଞ୍ଚି ଛାନଭିନ କରିଥିଲେ ମଧ୍ୟ ନିଖୋଜ ଛୁଆର ସନ୍ଧାନ ମିଳିପାରିନି। ଯାମ୍ମି ମନ୍ମଧା ଜଣେ ବ୍ୟବସାୟୀ ହୋଇଥିବାରୁ ପୁଅ ନିଖୋଜ ପଛରେ ଅପହରଣ ନା ଆଉ କିଛି କାରଣ ଅଛି, ତାକୁ ନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।