ବାଲେଶ୍ୱର, (ଏସ୍ ନ୍ୟୁଜ): କରୋନାରେ ଲୋକଙ୍କ ଆର୍ôଥକ ଅବସ୍ଥା ଦୁର୍ବିସହ ହୋଇ ପଡିଥିବାରୁ ଓ କେତେକ ଯୁବକମାନେ ନିଶସକ୍ତ ହୋଇ ପଡୁ ଥିବାରୁ ବିଭିନ୍ନ ସମୟରେ ଚୋରି, ଛିନ୍ତାଇ ଭଳି ଅପରାଧ ଘଟିଚାଲିଛି । ଜଳେଶ୍ୱର ମ୍ୟୁନିସିପାଲଟିର ଷ୍ଟେସନବଜାର ବସ୍ଷ୍ଟାଣ୍ଡ ଠାରେ ୩ଟି ଦୋକାନରୁ ବୁଧବାର ରାତିରେ ସିରିଜି ଚୋରି ହୋଇ ଯାଇଛି । ଅମ୍ବିକା ସାର ଦୋକାନ, ମା ଚଣ୍ଡି ଆଳୁ ଗୋଦାମ୍, ଅମ୍ରିତ୍ ଷ୍ଟୋର ଦୋକାନର ପଛପଟେ କାନ୍ଥକାଟି ଚୋରମାନେ ଟଙ୍କା ପଇସା ସହ ଆସବାପତ୍ର ନେଇ ଯାଇଥିବାର ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।