ଜବରଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୧୭ ଆହତ
ସରକାର ଜମି ଜବରଦଖଲକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୧୭ ଜଣ ଆହତ…
ଚନ୍ଦ୍ରଗିରି: ସରକାର ଜମି ଜବରଦଖଲକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୧୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ ଗୁରୁତର ଥିବା ଜଣାଯାଇଛି । ଗଜପତି ଜିଲ୍ଲାର ମୋହନା ତହସିଲ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତର ବାହାଡାପଦା ଏବଂ ବାଘମାରୀ ଗ୍ରାମ ପଞ୍ଚାୟତର ବିଜିପୁର ଗ୍ରାମ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାଯାଇଛି । ବାହାଡାପଦା ମୌଜା ଅନ୍ତର୍ଗତ ପତିତ ଓ ଜଙ୍ଗଳ ଜମିକୁ ବିଜିପୁର ଗ୍ରାମବସୀ ଜବରଦଖଲକୁ ନେଇ ଗୋଷ୍ଠି ସଂଘର୍ଷ ଘଟିଛି । ଗୋଷ୍ଠୀ ସଂଘର୍ଷରେ ବିଜିପୁର ଗ୍ରାମର ଆନ୍ତୁଣି ଲିମା(୪୮), ମାଥିୟୁ ବୀର(୩୦), ସିରେଲ୍? ସିଂ (୩୧), ସୁସ୍ତି ବୀର (୩୫), ଯୋସେଫ୍? ସିଂ(୩୧) ଏବଂ ଫାଉସ୍ତିନା ବୀର ସହ ମମିତା ଲିମା, ବର୍ଣ୍ଣିତା ବୀର, ସାରାପିନା ବୀର, ଯିବିକା ବୀର ଏବଂ ବାହାଡାପଦା ଗ୍ରାମର ତାରିଣି ଦଳାଇ(୪୫), ମାଣିକ କାର୍ଯୀ(୨୭), କନ୍ଦୁଣି ମହାଙ୍କୁଡ(୫୦), ଅବେନୀ ଶବର(୨୭), ଶ୍ରୀମତୀ ମହାଙ୍କୁଡ(୫୦), ଦିପକ ପାଇକ(୧୯) ପଚୁଂ ମହାଙ୍କୁଡ(୩୮) ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଦେଉଛନ୍ତି ।