ବନ୍ଦ ହେଲା ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍

ଭୁବନେଶ୍ୱର,(ଏସ୍ ନ୍ୟୁଜ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଏକ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି । ରାଜଧାନୀ ଉପକଣ୍ଠ ପଳାସପଲ୍ଲୀରେ ଥିବା ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଂଟକୁ ବନ୍ଦ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି) । କୋଭିଡ ଗାଇଡଲାଇନକୁ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛି ବିଏମସି ଜୋନାଲ ଏନଫୋର୍ସମେଂଟ ଟିମ୍ ।

ରାଜ୍ୟରେ କରୋନା ବଢୁଥିବା ବେଳେ ଏବେ ପୁଣି ନିୟମ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱରର ଅଧିକାଂଶ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି ।