ଭୁବନେଶ୍ୱର(ଏସ୍ ନ୍ୟୁଜ): ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ । ୧୯ ତାରିଖରୁ ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ଫଳରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉତର ଓ ଆଭ୍ୟନ୍ତରିଣ ଓଡିଶାରେ ଏହି ବର୍ଷା ଲାଗି ରହିବ ବୋଲି ଜଣାପଡିଛି । ବର୍ଷା ଫଳରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିିଛି । ବର୍ଷାର ପ୍ରକୋପ ୨୧ ତାରିଖ ବେଳକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟ ପଟେ ପ୍ରବଳ ବର୍ଷା ଜାରି ରହିବା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ବେହାଲ ହୋଇପଡିଛି । କେନ୍ଦ୍ରାପଡା ଓ ରାଜନଗରରେ ମଧ୍ୟ ବନ୍ୟା ପରିସ୍ଥିିତି ବେହାଲ ହୋଇଛି । ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇ ରହିବା ଫଳରେ ଫସଲ ନଷ୍ଟ ହୋଇଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ଥିବା ଜଣାପଡିଛି । Prev Post
Next Post