ଭୁବନେଶ୍ୱର (ଏସ ନ୍ୟୁଜ ) : ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । କରୋନା କାରଣରୁ ନିଜର ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗତ ୮ ମାସ ହେଲା କୋଭିଡ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତାଙ୍କ ଜନ୍ମଦିନ ଅର୍ଥାତ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।