ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଗାମୀ ୨ରୁ ୩ଦିନ ମଧ୍ୟରେ ଆହୁରି କମିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ମନୋରମା ମହାନ୍ତି କହିଛନ୍ତି,” ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ କମ୍ ରହିଥିବା ବେଳେ ଆଗାମୀ ୨ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ପୁଣି ବଢିବ ଶୀତ । ଏହାସହ ଆସନ୍ତା ୨ ଦିନ ଯାଏଁ ଘନ କୁହୁଡିର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଯଦି ଦେଖିବା ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ଶୁଖିଲା ପାଗ ରହିବା ସହ ଘନ କୁହୁଡି କିଛି ସ୍ଥାନରେ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି ।” ଗତ ୨୪ ଘଣ୍ଟାରେ ରାଉଲକେଲା, ଭବାନୀପାଟଣା, ଫୁଲବାଣୀ, ସୋନପୁର, ଟିଟିଲାଗ, ଝାରସୁଗୁଡାରେ ଘନ କୁହୁଡି ଅନୁଭବ ହୋଇଥିବା ବେଳେ ଚିପିଲିମାରେ ୧୧.୭ ଡିଗ୍ରୀ ଏବଂ ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରି ୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆଜି (ଗୁରୁବାର) କନ୍ଧମାଳର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେବ । କନ୍ଧମାଳରେ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବାର ସମ୍ଭାବନା ଅଛି । ସେହିଭଳି ଅନୁଗୋଳରେ ୧୧ଡିଗ୍ରୀ ସେଲସିୟସ, କୋରାପୁଟ ୧୧ ଡିଗ୍ରୀ ସେଲସିୟସ୍, ରାଉରକେଲା ୧୦ ଡିଗ୍ରୀ ଓ ଝାରସୁଗୁଡାରେ ୧୦ ଡିଗ୍ରୀ, କେନ୍ଦୁଝର ୧୦ ଡିଗ୍ରୀ, ଢେଙ୍କାନାଳ ୧୨ଡିଗ୍ରୀ , ଭଦ୍ରକରେ ୧୫ ଡିଗ୍ରୀ ଏବଂ ସୁନ୍ଦରଗଡରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିପାରେ ।
ନବରଙ୍ଗପୁରରେ ତାପମାତ୍ରା ୧୪ ଡିଗ୍ରୀ, ଭବାନୀପାଟଣା ୧୨ ଡିଗ୍ରୀ, ଟିଟିଲାଗଡ ୧୩ ଡିଗ୍ରୀ, ବଲାଙ୍ଗୀର ୧୨ ଡିଗ୍ରୀ, ସୋନପୁରରେ ୧୩ ଡିଗ୍ରୀ, ମାଲକାନଗିରି ୧୪ ଡିଗ୍ରୀ, ରାୟଗଡା ୧୩ ଡିଗ୍ରୀ, ନୟାଗଡ ୧୪ ଡିଗ୍ରୀ, ଖୋର୍ଦ୍ଧା ୧୫ ଡିଗ୍ରୀ, ଭୁବନେଶ୍ୱର ୧୪ ଡିଗ୍ରୀ, କଟକ ୧୩ ଡିଗ୍ରୀ, ବାରିପଦା ୧୨ ଡିଗ୍ରୀ, ସମ୍ବଲପୁରରେ ୧୨ ଡିଗ୍ରୀ ସେଲସିୟସ ଓ କେନ୍ଦ୍ରାପଡା ଜିଲ୍ଲାରେ ୧୪ ଡିଗ୍ରୀ ସେଲସିୟସ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଗଞ୍ଜାମରେ ୧୭ ଡିଗ୍ରୀ, ପାରଳାଖେମୁଣ୍ଡିରେ ୧୩ ଡିଗ୍ରୀ, ବୌଦ୍ଧରେ ୧୨ ଡିଗ୍ରୀ, ନୂଆପଡ଼ାରେ ୧୪ ଡିଗ୍ରୀ, ବରଗଡ଼ରେ ୧୫ ଡିଗ୍ରୀ, ବାଲେଶ୍ୱରରେ ୧୫ ଡିଗ୍ରୀ, ଜଗତସିଂହପୁରରେ ୧୬ ଡିଗ୍ରୀ, ପୁରୀରେ ୧୮ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିଛି