ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ରଖିଛନ୍ତି ଅସିତ କୁମାର ତ୍ରିପାଠୀ । ଏନେଇ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ନିଷ୍ପତ୍ତି ନେବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ତେବେ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳ ଏନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।
ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ମଧ୍ଯ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇସାରିଛି । ଖୁବ୍ ଶୀଘ୍ର ଶ୍ରୀମନ୍ଦିର ମଧ୍ଯ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ମନ୍ଦିର ଖୋଲିବା ନେଇ ହୋଇଥିବା ବୈଠକରେ ମୁଖ୍ୟ ପ୍ରଶାସକ କହିଛନ୍ତି, “ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାର ଅନୁମତି ଦେଲା ପରେ ୨୨ରୁ ୨୪ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିଦିଆଯିବ।