ଅଗଷ୍ଟ ୧୬ରୁ ରାଜ୍ୟରେ ଖୋଲିବ କଲେଜ ଓ ୟୁନିଭର୍ସିଟି

ଭୁବନେଶ୍ୱର,(ଏସ୍ ନ୍ୟୁଜ) : କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଧିରେ ଧିରେ ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ ଆଦି ଖୋଲିବାରେ ଲାଗିଛି।ଏହି ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ସେହିପରି ହଷ୍ଟେଲ ଗୁଡ଼ିକୁ ଖୋଲିବା ପାଇଁ ମଧ୍ୟ କୁହାଯାଇଛି।

କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲେ ହେଁ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନ୍‌ଲାଇନ୍‌ରେ ହିଁ ହେବ। ପିଜି/ୟୁଜି ଫାଇନାଲ୍ ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।