ସିଲିଭର ସିଟିରେ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ

କଟକ,(ସାକ୍‌ସୀ ନ୍ୟୁଜ୍‌) : ସିଲିଭର ସିଟିରେ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ ହୋଇଛି । ଏ ନେଇ କୋଭିଡ୍‌ ନୋଡାଲ ଅଫିସର ଡା.ଉମେଶ ରାୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜିଲ୍ଲାରେ ସହର ଅପେକ୍ଷା ଗାଁରେ ଟିକାକରଣର କମିଛି ।

ହେଲେ ସହରରେ ଶତ ପ୍ରତିଶତ ଟିକାକରଣ ପୂରଣ ହୋଇଛି । ଗ୍ରାମାଞ୍ଚଳରେ କୋଭିଡ୍‌ ଟିକାକରଣ କମ୍‌ ରହିଛି । ତେଣୁ ଗ୍ରାମାଞ୍ଚଳରେ ଘରକୁ ଘର ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ନୋଡାଲ ଅଫିସର କହିଛନ୍ତି ।