ଭୁବନେଶ୍ବର( ଏସ୍ ନ୍ଯୁଜ): ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ତାରା ପ୍ରସାଦ ବାହିନୀପତି। ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ଆଗରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ଆଜି ସେ ଧମକ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ , ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ପଡ଼ିଛି। ପିଲାଙ୍କର ଶିକ୍ଷାଲାଭ କରିବା ଅଧିକାର ଅଛି। କାହିଁକି ସେମାନଙ୍କ ଅଧିକାରକୁ ସରକାର ଛଡ଼ାଇ ନେଇଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନକରିଛନ୍ତି ।
ସେହିପରି ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ମଧ୍ୟ ତାରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପୁରୀ ଏସପି ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ବଦଳି କରିଦେଲେ କ’ଣ ହେବ । ବଦଳି କରିବା ଦଣ୍ଡ ନୁହେଁ । ତାଙ୍କୁ ଶୀଘ୍ର ନିଲମ୍ବିତ କରିବା ସହ ଧାରା ୩୦୨ ଆକ୍ଟରେ ଗିରଫ କରାଯାଉ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବ । ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ବିଧାନସଭା ଚାଲିବାକୁ ଦିଆଯିବନି।