ଭୁବନେଶ୍ୱର: ପିସିସି ସଭାପତି ଚୟନକୁ ନେଇ ଜୋର ଧରିଛି ରାଜନୀତି । ଏହାକୁ ନେଇ କଂଗ୍ରେସ ନେତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ନଜର ଆସିଛି । ଏହାରି ମଧ୍ୟରେ ପିସିସି ସଭାପତି ଚୟନକୁ ନେଇ ସମସ୍ତ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । ଆସନ୍ତା ୫ ତାରିଖରେ ସମସ୍ତଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାହୁଲ ଗାନ୍ଧୀ ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ । ଦିଲ୍ଲୀ ଡାକରା ନେଇ ସୁର ରାଉତରାୟ ସୂଚନା ଦେଇଛନ୍ତି । ଦିଲ୍ଲୀରେ ୫ ତାରିଖରେ ସମସ୍ତ ବିଧାୟକ ରାହୁଲଙ୍କୁ ଭେଟିବେ । ସମସ୍ତ ବିଧାୟକଙ୍କ ସହ ସିଧାସଳଖ କଥା ହେବେ ରାହୁଲ । ଆଲୋଚନାରେ ପିସିସି ସଭାପତି ଚୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।