ଭୁବନେଶ୍ୱର,(ଏସ୍ ନ୍ୟୁଜ): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮,୦୨୮ କୁ ବୃଦ୍ଧି ପାଇଛି । ପୂର୍ବରୁ ଦୈନିକ ୬୦ ଉପରେ ରହୁଥିବା ମୃତ୍ୟୁସଂଖ୍ୟା ବୁଧବାର ଦିନ ୬କୁ ହ୍ରାସପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଯାଜପୁର ଓ କଟକ ଜିଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।