ଭୁବନେଶ୍ବର( ଏସ୍ ନ୍ୟୁଜ ):ରାଜ୍ୟରେ ୩୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।
ତେବେ ଆଜି ପୁରୀରୁ ସର୍ବାଧିକ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଓ ଜଗତସିଂପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୪ ଘଣ୍ଟାରେ ୩୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ମଧ୍ୟରୁ ୨୧୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୯ଟି ହେଉଛି ଲୋକାଲ୍ କେସ୍।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୭ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୪, ସୁନ୍ଦରଗଡ଼ରୁ ୩୨, କଟକରୁ ୨୪, ବଲାଙ୍ଗିରରୁ ୨୨, ଜଗତସିଂହପୁରରୁ ୧୮, ଝାରସୁଗୁଡ଼ାରୁ ୧୫, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୪, ବରଗଡ଼ରୁ ୩, ଭଦ୍ରକରୁ ୭, ଢେଙ୍କାନାଳରୁ ୫, ଗଞ୍ଜାମରୁ ୭, ଯାଜପୁରରୁ ୮, କଳାହାଣ୍ଡିରୁ ୮, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧୫, କୋରାପୁଟରୁ ୪, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୪, ନୂଆପଡ଼ାରୁ ୨୧, ପୁରୀରୁ ୧୯ ଓ ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେବଗଡ଼, ମାଲକାନଗିରି ଓ ସୋନପୁରରୁ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୧୦୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୧୨,୦୬୫ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୫୨୪୧ ଜଣ ଚିକିତ୍ସାଧୀନ ଅଛନ୍ତି।