ରାଜ୍ୟରେ କମୁଚି ସଂକ୍ରମଣ ସଂଖ୍ୟା

ଭୁବନେଶ୍ଵର (ଏସ ନ୍ୟୁଜ ): ରାଜ୍ୟରେ ୨୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮ ଜଣ କ୍ୱାରେଣ୍ଟାଇନ୍‌ର ହୋଇଥିବା ବେଳେ ୯୫୭ ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ୧୮ ଜଣ କ​ରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଛି।

ଆଜି କଟକରୁ ସର୍ବାଧିକ ୪ ଜଣ, ବାଲେଶ୍ଵର ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିପରି ଯାଜପୁର ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଜଗତସିଂହପୁର. ମୟୂରଭଞ୍ଜ, ନବରଙ୍ଗପରରୁ, ପୁରୀ ଓ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

https://twitter.com/HFWOdisha/status/1315532253984817153?s=20

ଅନ୍ୟପଟେ ୩୦ ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୧, ଗଞ୍ଜାମ ଜିଲ୍ଲାରୁ ୩୬, ବଲାଙ୍ଗୀର ଜିଲ୍ଲାରୁ ୭୭, ବାଲେଶ୍ବର ଜିଲ୍ଲାରୁ ୧୧୧, କୋରାପୁଟ ଜିଲ୍ଲାରୁ ୩୯, ଭଦ୍ରକରୁ ୫୦, ରାୟଗଡ଼ା ଜିଲ୍ଲାରୁ ୩୩, ପୁରୀ ଜିଲ୍ଲାରୁ ୭୧, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୦, ଜଗତସିଂହପୁର ଜିଲ୍ଲାରୁ ୫୫, ସମ୍ବଲପୁର ଜିଲ୍ଲାରୁ ୫୬, କଳାହାଣ୍ଡି ଜିଲ୍ଲାରୁ ୬୪, ଯାଜପୁର ଜିଲ୍ଲାରୁ ୮୨, କନ୍ଧମାଳ ଜିଲ୍ଲାରୁ ୫୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୮, ମାଲକାନଗିରି ଜିଲ୍ଲାରୁ ୫୩, ଗଜପତି ଜିଲ୍ଲାରୁ ୬, ମୟୂରଭଞ୍ଜ ଜିଲ୍ଲାରୁ ୧୧୦ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୦, ଢେଙ୍କାନାଳ ଜିଲ୍ଲାରୁ ୨୯, ନବରଙ୍ଗପୁର ଜିଲ୍ଲାରୁ ୩୯, କେନ୍ଦୁଝର ଜିଲ୍ଲାରୁ ୩୯, ସୁବର୍ଣ୍ଣପୁର ଜିଲ୍ଲାରୁ ୫୦, ଅନୁଗୁଳ ଜିଲ୍ଲାରୁ ୧୩୬, ବରଗଡ଼ ଜିଲ୍ଲାରୁ ୬୪, ନୂଆପଡ଼ା ଜିଲ୍ଲାରୁ ୬୯, ଦେବଗଡ଼ରୁ ୧୫ ଓ ବୌଦ୍ଧ ଜିଲ୍ଲାରୁ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୬୭ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

Coronavirus economic impact concept image

ତେବେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦୦ ତଳକୁ ଖସି ଆସିଛି। ଆଜି ଏହି ଜିଲ୍ଲାରୁ ୩୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ପୁରୀରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୧୦ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୧୦ ଦିନ ଭିତରେ ସଂକ୍ରମଣ ହାର ୮.୫୩%ରୁ ୬.୩୨କୁ ହ୍ରାସ ପାଇଛି । ୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪୨ରୁ ୨,୮୩୩କୁ ହ୍ରାସ ପାଇଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଆଗକୁ ଏହା ଆହୁରି କମିବାର ଆଶା ରହିଛି ।