ଭୁବନେଶ୍ୱର(ଏସ୍ ନ୍ୟୁଜ) ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ୫୩,୪୭୮ ସାମ୍ପୁଲ୍ ଭିତରୁ ୨୮୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ପାର୍ କରିଛି। ଏଥିସହ ପୁଣି ଓଡ଼ିଶାରେ ୮ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ଏହି ମହାମାରୀ ଭୂତାଣୁ।
୨୮୯୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୦୬ ଜଣ ଲୋକାଲ କେସ। ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ସର୍ବାଧିକ ୫୨୪ ଜଣ ପଜିଟିଭ୍ ବାହାରିଛନ୍ତି। ସେହିପରି କଟକରୁ ୨୪୧, ନୟାଗଡ଼ରୁ ୨୩୨, ଗଞ୍ଜାମରୁ ୨୨୬, ବଲାଙ୍ଗୀରରୁ ୧୭୩, ବାଲେଶ୍ୱରରୁ ୧୪୦, କୋରାପୁଟରୁ ୧୩୨, ଭଦ୍ରକରୁ ୧୦୭, ରାୟଗଡ଼ାରୁ ୧୦୫, ପୁରୀରୁ ୧୦୪, ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ ଜଣ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୮ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୮୦ ଛୁଇଁଛି। ଗଞ୍ଜାମରୁ ୪, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ପୁରୀରୁ ଜଣେ ଲେଖାଁଏ ମୃତକ ରହିଛନ୍ତି। ସେହିଭଳି ରାଜ୍ୟରେ ୧୬୨୧ ନୂଆ କରୋନା ଆକ୍ରାନ୍ତ ସୁସ୍ଥ ଲାଭ କରିଛନ୍ତି। ମୋଟ ୪୬,୯୩୫ ଜଣ ଆକ୍ରାନ୍ତ ଏଯାଏଁ ସୁସ୍ଥ ହୋଇସାରିଥିବା ବେଳେ ଆକ୍ଟିଭ୍ କେସ ୨୨,୬୫୧ ରହିଛି।