ଓଡ଼ିଶାର ପଡୋଶୀ ତେଲେଙ୍ଗାନାରେ ପହଂଚି ସାରିଲାଣି କରୋନା । କୋଭିଡ୍ ମହାମାରୀର ପ୍ରଥମ ଅବତାର ତୁଳନାରେ ନବୀନ ଅବତାର ସେତେ ପ୍ରଭାବଶାଳୀ ନୁହେଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ଲୋକମାନେ ତାକୁ ଶୁଣିବାକୁ ନାରାଜ ।
ମଙ୍ଗଳବାର (୨୭/୫/୨୫) ସକାଳ ସୁଦ୍ଧା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୦ ରହିଛି ।
କେରଳରେ ସର୍ବାଧିକ ୪୩୦ ଜଣ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କେରଳ ତଳକୁ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୨୦୯ ଜଣ କୋଭିଡ୍ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୪ ଟପିଲାଣି । ଗୁଜରାଟ, କର୍ଣ୍ଣାଟକ, ତେଲେଙ୍ଗାନାରେ କରୋନା ପାଦ ଦେଇସାରିଛି ।
ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ମହାନଗର ଉପରେ କୋଭିଡ୍ ର ଅଧିକ ଦୁର୍ବଳତା ପରିଲକ୍ଷିତ କରାଯାଇଛି ।
କୋଭିଡ୍ କବଳରୁ ମୁକ୍ତ ରହିବା ପାଇଁ ଜନଗହଳିକୁ ବାରଣ, ମାସ୍କ ଧାରଣ, ସାନିଟାଇଜ ବ୍ୟବହାରକୁ ପ୍ରାଥମିକତା ଦେଉଛନ୍ତି ଭାରତ ସରକାର ।