୨୪ ଘଣ୍ଟାରେ ୪୨୪୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର (ଏସ୍ ନ୍ଯୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୨୪୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୦୩ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧ ହଜାର ୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୧,୮୪,୧୨୨କୁ ବୃଦ୍ଧି ପାଇଛି।

ସେହିପରି ରାଜ୍ୟରେ କରୋନା ରେ ଆଉ ୯ ଜଣଙ୍କର ଜୀବନ ଯାଇଛି ।ଏହାସହିତ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦ ରେ ପହଁଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୧୩୦, ବାଲେଶ୍ୱରରୁ ୧୫୫, ବରଗଡରୁ ୧୧୪, ଭଦ୍ରକରୁ ୧୧୪, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୪୫, କଟକରୁ ୫୯୫, ଦେବଗଡରୁ ୧୦, ଢେଙ୍କାନାଳରୁ ୭୧, ଗଜପତିରୁ ୨୭, ଗଂଜାମରୁ ୫୭, ଜଗତସିଂହପୁରରୁ ୧୭୬, ଯାଜପୁରରୁ ୧୩୧, ଝାରସୁଗୁଡାରୁ ୨୦୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୫୩, କେନ୍ଦ୍ରପଡାରୁ ୧୫୫, କେନ୍ଦୁଝରରୁ ୬୨, କୋରାପୁଟରୁ ୯୦, ମାଲକାନଗିରିରୁ ୬୯, ମୟୂରଭଂଜରୁ ୧୭୧, ନବରଙ୍ଗପୁରରୁ ୫୪, ନୟାଗଡରୁ ୫୩ ନୂଆପଡା, ପୁରୀରୁ ୧୮୨, ରାୟଗଡାରୁ ୧୩୪, ସମ୍ବଲପୁରରୁ ୧୧୩, ସୋନପୁରରୁ ୧୯ ଏବଂ ସମ୍ବଲପୁରରୁ ୨୦୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

୯ଜଣ ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ,ନବରଙ୍ଗପୁର,ନୟାଗଡ ,କନ୍ଧମାଳ ,ଵାଲେଶ୍ୱେର ,ମୟୁରଭଞ୍ଜ ଓ ଜଗତସିଂହପୁରରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ।