ରାଜ୍ୟରେ ୨୪ ଘଣ୍ଟାରେ କରୋନରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏନେଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୮୪ରେ ପହଞ୍ଚିଛି ।
ପୁରୀରୁ ସର୍ବାଧିକ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାଯାଇଛି ।
ଅନ୍ୟପଟେ ଆଜି ୩୪୯ କରୋନା ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡ଼ରୁ ସର୍ବାଧିକ ୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୪୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରରୁ ୨୩, ବରଗଡ଼ରୁ ୧୯, ଭଦ୍ରକରୁ ୫, ବଲାଙ୍ଗିରରୁ ୬, ବୌଦ୍ଧରୁ ୪, କଟକରୁ ୨୨, ଦେବଗଡ଼ରୁ ୨, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୮, କଳାହାଣ୍ଡିରୁ ୧୯, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, କୋରାପୁଟରୁ ଜଣେ, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୧୮, ନବରଙ୍ଗପୁରରୁ ୩, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୧୦, ପୁରୀରୁ ୨୨, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୪ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।