ରାଜ୍ୟରେ ୩୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର (ଏସ୍ ନ୍ଯୁଜ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଆଜି ପୁଣି ୩୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୬ ଜଣ, ସୁନ୍ଦରଗଡ଼ରୁ ୪୭ ଜଣ, ଅନୁଗୁଳରୁ ୨୮ ଜଣ, ମୟୂରଭଞ୍ଜରୁ ୨୫ ଜଣ, କଟକରୁ ୧୮ ଜଣ,ବାଲେଶ୍ବରରୁ ୧୬ ଜଣ, ନୂଆପଡ଼ାରୁ ୧୪ ଜଣ, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ୧୩ ଜଣ ଲେଖାଏଁ, ଯାଜପୁରରୁ ୧୨ ଜଣ, ବରଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ ଲେଖାଏଁ, ଭଦ୍ରକରୁ ୯ ଜଣ,ଝାରସୁଗୁଡା,କୋରାପୁଟ ଓ ସମ୍ବଲପୁର ଜିଲ୍ଲାରୁ ୮ ଜଣ ଲେଖାଏଁ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରୁ ୬ ଜଣ ଲେଖାଏଁ, ସୋନପୁରରୁ ୪ ଜଣ, ଢ଼େଙ୍କାନାଳରୁ ୩ ଜଣ, ବଲାଙ୍ଗୀର,ଦେବଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆଉ ୫ ଜଣଙ୍କର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୬୦କୁ ବୃଦ୍ଧି ପାଇଛି ।

ତେବେ ଆଜି କେନ୍ଦୁଝରରୁ ସର୍ବାଧିକ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ମୟୁରଭଞ୍ଜ, ମାଲକାନଗିରି ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୦ ହଜାର ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪ ହଜାର ୫୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୧୩ ହଜାର ୩୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୦ ଲକ୍ଷ ୬୦ ହଜାର ୭୯୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।