ରାଜ୍ୟରେ ଆଉ ୪ କରୋନା ମୃତ୍ୟୁ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ):ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ଜିଲ୍ଲାରୁ ଆଉ ୪ ଜଣ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ମୃତକଙ୍କ ମଧ୍ୟରରେ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ ଲେଖାଏଁ ରହିଥିବା ଜଣାଯାଇଛି ।

ଅନ୍ୟପଟେ ରାଜ୍ୟରେ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୫୦ ଟି ହେଉଛି ଲୋକାଲ୍ କେସ୍।

ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୩୫ , ବରଗଡ଼ରେ ୭ , ଭଦ୍ରକରେ୧ , ବଲାଙ୍ଗିରରେ ୧୩ , କଟକରେ ୨୮ , ଦେବଗଡ଼ରେ ୪, ଢେଙ୍କାନାଳରେ ୫, ଗଞ୍ଜାମରେ ୫ , ଗଜପତି ୪, ଜଗତସିଂହପୁରରେ ୪ , ଯାଜପୁରରେ ୧୫ , ଝାସୁଗୁଡ଼ାରେ ୬ , କଳାହାଣ୍ଡିରେ ୪ , କେନ୍ଦ୍ରାପଡ଼ାରେ ୧୧ , କେନ୍ଦୁଝରରେ ୮ , କୋରାପୁଟରେ ୮ , ଖୋର୍ଦ୍ଧାରେ ୩୬, ମୟୂରଭଞ୍ଜରେ ୧୭ , ନବରଙ୍ଗପୁରରେ ୬ , ନୟାଗଡ଼ରେ୧ , ନୂଆପଡ଼ାରେ ୨୬ , ପୁରୀରେ୧ , ରାୟଗଡ଼ାରେ୧, ସମ୍ବଲପୁରରେ ୨୧ ଓ ସୋନପୁରରେ ୧, ସୁନ୍ଦରଗଡ଼ରେ ୨୯ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍‌ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୦୫ରେ ପହଞ୍ଚିଥିବା ବେଳେ ୩,୨୦,୫୮୪ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୩୯ ଜଣ ଚିକିତ୍ସାଧୀନ ରହିଛନ୍ତି।