ରାଜ୍ୟରେ ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ ଆଉ ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେଣ୍ଟାଇନ୍‌ରେଥିବା ବେଳେ ୧୫୪ ସ୍ଥାନୀୟ ବାସିନ୍ଦା ଅଟନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨, ବରଗଡ଼ରୁ ୧୬ , ଭଦ୍ରକରୁ ୧୩ , ବଲାଙ୍ଗିରରୁ ୨୨, କଟକରୁ୨୨ , ଗଞ୍ଜାମରୁ ୭, ଗଜପତିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜଗତସିଂହପୁରରୁ ୪ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୩, କୋରାପୁଟରୁ ୩ , ମୟୂରଭଞ୍ଜରୁ ୨୬ , ନବରଙ୍ଗପୁରରୁ ୯ , ନୟାଗଡ଼ରୁ ଜଣେ , ନୂଆପଡ଼ାରୁ ୧୧ , ପୁରୀରେ ୧୧ , ରାୟଗଡ଼ାରୁ ଜଣେ, ସମ୍ବଲପୁରରେ ୧୫ ଓ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ପୁଣି ୩ ମୁଣ୍ଡ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୪୬ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ, ଖୋର୍ଦ୍ଧାରୁ ଜଣେ ଓ ସୁନ୍ଦରଗଡରୁ ଜଣେ ଅଛନ୍ତି । ଏମାନେ ସମସ୍ତ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ସେପଟେ ଷ୍ଟେଟ୍‌ ପୁଲ୍‌ରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ , ଢେଙ୍କାନାଳ, କନ୍ଧମାଳରେ, ମାଲକାନଗିରି ସମେତ ୫ ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ୩୨୨୩୪୪ ସୁସ୍ଥ ହୋଇ ଘରକୁ ଫେରିଲେଣି। ରାଜ୍ୟରେ ଏବେ ୩୦୩୬ ଆକ୍ଟିଭ କେସ୍‌ ରହିଛି।