ଆଜିଠୁ ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନ୍‌ ଟିକା

ଗଞ୍ଜାମ, (ଏସ୍‌ ନ୍ୟୁଜ): ଅନେକ ସମୟରେ ଉପଯୁକ୍ତ ମାତ୍ରାରେ ଟିକା ମିଳୁନଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବାହାରେ ପ୍ରଥମ ଥର ଅନ୍ୟ ସ୍ଥାନରେ କୋଭାକ୍ସିନ ଟିକା ଦିଆଯିବ । ଆଜିଠୁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା । ୧୮ ବର୍ଷରୁ ଅଧିକ ଯେଉଁମାନେ ପ୍ରଥମ ଡୋଜ୍‌ ନେବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଥିବା ହିତାଧିକାରୀ କୋଭିସିଲ୍ଡ ଟିକା ହିଁ ନେବେ । ଏଥିପାଇ ଗଞ୍ଜାମ ଜିଲ୍ଲାରେ ମୋଟ୍‌ ୧୫୫ଟି ଟିକାଦାନ କେନ୍ଦ୍ର କରାଯାଇଛି । ୯୯ଟି କେନ୍ଦ୍ରରେ କୋଭାକ୍ସିନ ଓ ୫୬ କେନ୍ଦ୍ର ଲୋକଙ୍କୁ ଦିଆଯିବ କୋଭିସିଲ୍ଡ ଟିକା । ଗଞ୍ଜାମ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧ଲକ୍ଷ ୪୦ ହଜାର ଡୋଜ୍‌ କୋଭାକ୍ସିନ୍‌ ଟିକା ଯୋଗାଇ ଦିଆଯାଇଥିବା ବେଳେ ୮୫ ହଜାର ଡୋଜ୍‌ କୋଭିସିଲ୍ଡ ଟିକା ମହଜୁତ ରହିଛି ।