ଭୁବନେଶ୍ୱର, (ଏସ୍ ନ୍ୟୁଜ): ରାଜ୍ୟରେ ଏବେ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ ଦୁଇଦିନ ହେବ ରାଜ୍ୟରେ ସଂକ୍ରମଣ ତିନି ହଜାର ତଳେ ରହୁଛି । ଏହି ପରିପ୍ରେକ୍ଷୀରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୭୦ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୬ଶହ ୫୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୧୮ । କଟକ ଜିଲ୍ଲାରୁ ସର୍ବଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୪ ଓ ବାଲେଶ୍ୱରରେ ଏହି ସଂଖ୍ୟା ୨୪୦ ରହିଛି । ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡ଼ାରୁ ୧୫୭, ଭଦ୍ରକରୁ ୧୨୮, ଜଗତସିଂହପୁରରୁ ଆଉ ୧୧୨ ଜଣ ସଂକ୍ରମିତ ହୋଇଛନ୍ତି । ୨୦ ଜିଲ୍ଲାରେ ନୂଆ ଆକ୍ରନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୪ଟି ଜିଲ୍ଲା ଦେବଗଡଡ, ଗଜପତି, ଝାରସୁଗୁଡ଼ା ଓ ନୂଆପଡ଼ାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ଆଜି ରାଜ୍ୟରେ ମୋଟ୍ ୭୧ହଜାର ୧୨୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୪.୦୩ ପ୍ରତିଶତ ।