ଭୁବନେଶ୍ୱର, (ଏସ୍ ନ୍ୟୁଜ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ବ୍ରେକ । ସଂକ୍ରମଣ ରାଜ୍ୟରେ ଏବେ ନିୟନ୍ତ୍ରଣ କୁ ଆସିଚି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୯୦୨କୁ ବୃଦ୍ଧି ପାଇଛି । ତେବେ ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୮ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଗଞ୍ଜାମ ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏଁ, ବାଲେଶ୍ୱରର ଓ ପୁରୀରୁ ୫ ଜଣ ଲେଖାଏଁ, କଟକ ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗିର, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ରୁ ୩ ଜଣ ଲେଖାଏଁ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, ସମ୍ପଲପୁର, ନବରଙ୍ଗପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହ ବୌଦ୍ଧ, ଯାଜପୁର, କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।