ଭୁବନେଶ୍ୱର, (ଏସ୍ ନ୍ୟୁଜ): ରାଜ୍ୟରେ ଥମୁନି କରୋନା ମୃତ୍ୟୁ । ପ୍ରତିଦିନ ରାଜ୍ୟରେ ଏହି ସଂଖ୍ୟା ୬୦ ଉପରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୭୫୭ କୁ ବୃଦ୍ଧି ପାଇଛି । ତେବେ ଆଜି ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି କଟକରୁ ୧୧, ବଲାଙ୍ଗିରରୁ ୬, ଅନୁଗୁଳ, ଜଗତସିଂହପୁର ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଦେବଗଡ଼ରୁ ୪, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ, ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।