ଚଳିତ ମାସ କେନ୍ଦୁଝର ଜିଲ୍ଲା ଯୋଡ଼ା ,ଭଦ୍ରାସାହି,ବଡ଼ବିଲ ଅଞ୍ଚଳରେ ବେପାରୁଆ ଭାବେ ଟ୍ରକ ଚଲେଇବା ଯୋଗୁଁ ଗୌମାତାଙ୍କ ମୃତ୍ୟ ବଢ଼ିବାରେ ଲାଗିଛି । ହିନ୍ଦୁ ଧର୍ମରେ ଗୌମାତା ଙ୍କୁ ପୂଜା କରାଯାଉଥିବା ବେଳେ ବେପାରୁଆ ଡ୍ରାଇଭର ଙ୍କ ଗାଡି ଚାଳନା ଯୋଗୁଁ ବିଗତ ୧୦ ଦିନ ମଧ୍ୟରେ ପ୍ରାୟ ୨୫ ଟି ଗାଇ ର ମୃତ୍ୟ ଘଟଣା ଅଞ୍ଚଳବାସୀ ଙ୍କୁ ଦୁଃଖିତ କରିଛି । କିଛିଦିନ ପୂର୍ବେ ଯୋଡ଼ା ଫ୍ଲାଇଓଭର ରେ ଏକା ସାଙ୍ଗକୁ ୭ ଟି ଗାଈ କୁ ଗୋଟିଏ ହାଇବା ଟ୍ରକ ଧକ୍କା ଦେଇଥିବା ବେଳେ ଭଦ୍ରାସାହି ଠାରେ ଅଜଣା ଗାଡି ୨ ଦିନ ମଧ୍ୟରେ ୧୧ ଟି ଗାଇ ଙ୍କୁ ନିର୍ମମ ଭାବେ ଧକ୍କା ଦେଇ ମାରିଦେବା ଘଟଣା ଏବେ ସମସ୍ତ ଙ୍କୁ ଚକିତ କରିଛି ।
ଶ୍ରାବଣ ମାସରେ ନନ୍ଦି ଙ୍କ କ୍ରମାଗତ ଭାବେ ଦୁର୍ଘଟଣାରେ ମୃତ୍ୟ ହେବା ଅତ୍ୟନ୍ତ ଦୁଃଖଦ ଘଟଣା ଏବଂ ଡ୍ରାଇଭର ମାନେ ମଦ୍ୟପାନ କରି ଧକ୍କା ଦେଇ ଫେରାର ହୋଇଯିବା ଅମାନବିକତା ର ପରିଚିୟ,ପୋଲିସ ଏମାନଙ୍କୁ ଚିନ୍ହଟ କରି ଗିରଫ କିରିବା ଦରକାର ବୋଲି ଲୋକେ ଦାବି କରିଛନ୍ତି । ତେବେ ଦୁର୍ଘଟଣା ରେ ଆହତ ହେଉଥିବା ଗୌମାତା ମାନଙ୍କୁ ନିଜସ୍ବ ଗାଡ଼ିରେ ଉଦ୍ଧାର କରି ଯୋଡ଼ା ଶାସ୍ତ୍ରୀନଗର ରେ ଥିବା ଶ୍ୱାସତ ସେବା ସଂକଲ୍ପ ସଂଘଠନ ନିରନ୍ତର ଭାବେ ସେବା ଯୋଗେଇ ଆସୁଛି ।