‘ପରୀ’ ହତ୍ୟା ମାମଲା: ହାଇକୋର୍ଟରେ SITର ସତ୍ୟପାଠ ଦାଖଲ-shaksi news

କଟକ ( ଏସ୍ ନ୍ୟୁଜ ): ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ SIT ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏକ ବନ୍ଦ ଲଫାପା ଭିତରେ ସତ୍ୟପାଠ ଦାଖଲ କରାଯାଇଛି। ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ହତ୍ୟାକାରୀ ଧରା ନପଡ଼ିବାରୁ କିଛିଦିନ ତଳେ ବିଧାନସଭା ଆଗରେ ପରୀର ବାପା-ମା ଆତ୍ମାହୁତି ଉଦ୍ୟମ କରିଥିଲେ। ଯାହା ପରେ ପରୀ ଘଟଣା ସାମ୍ନାକୁ ଆସିଥିଲା। ପରୀର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଏଥିପାଇଁ ଦାୟୀ କରିଥିଲେ। ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଶେଷରେ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।