ଟାଙ୍ଗୀ: କହ୍ନେଇ ପୁରପଞ୍ଚାୟତ YMCA ଠାରେ ଟାଙ୍ଗୀ ଚୌଦ୍ବାର ପଞ୍ଚାୟତ ସମିତି ର ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ୍ ଓ ଦକ୍ଷତା ବିକାଶ ଦିଗରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରିଣୀ ଶ୍ରୀମତୀ ସଂଘମିତ୍ରା ବେହେରା ଙ୍କ ଅଧ୍ୟକ୍ଷତା ରେ ବିଭାଗୀୟ ଉଦ୍ୟାନ ଅଧିଦର୍ଷକ ଶ୍ରୀଯୁକ୍ତ ରମେଶ କୁମାର ପତି ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ଶ୍ରୀ ସତ୍ୟବ୍ରତ ମହାପାତ୍ର ଶ୍ରୀ ମାର୍କେଣ୍ଡ ଜାମୁଦା ।

ସେହିପରି, କୃଷି ବିଭାଗ ତରଫରୁ ଭି. ଏ. ଡବ୍ଲୁ ଶ୍ରୀ ରଞ୍ଜନ ନାୟକ, ବି ଟି. ଏମ ସୁବ୍ରତ ଦାସ,ଗରୁଡ ଗାଁ ଗ୍ରାମର ସରପଞ୍ଚ ଦିପ୍ତିମୟୀ ବେହେରା, ସଫା ଗ୍ରାମର ସରପଞ୍ଚ ନିବାସ ଚନ୍ଦ୍ର ପାଣ୍ଡବ, କରଞ୍ଜି ଗ୍ରାମ ପଞ୍ଚାୟତର ଯୁବ ସଂଗଠକ ସମାଜ ସେବୀ ଓ କୃଷକ ନେତା ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାନ୍ତ ଯୋଗଦେଇଥିଲେ ।
କହ୍ନେଇ ପୁର ନଖରା ଶାଳ ଗାଁ, ଗରୁଡ଼ ଗାଁ ଓ କରଞ୍ଜି ଗ୍ରାମ ପଞ୍ଚାୟତ ମଧ୍ୟରୁ ବିଭିନ୍ନ ବର୍ଗ ରୁ ପ୍ରାୟ ୧୦୦ ରୁ ଅଧିକ ଚାଷୀ ଯୋଗ ଦେବା ସହିତ କର୍ମଶାଳା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ୭ଗୋଟି ଗ୍ରାମ ପଞ୍ଚାୟତ ର କୃଷକ ସାଥୀ ଓ କୃଷିମିତ୍ର ଆଦି ସହଯୋଗ କରିଥିଲେ।