ଆଠଗଡ଼, (ଏସ୍ ନ୍ୟୁଜ): ଆଠଗଡ଼ ଥାନା ଅନ୍ତର୍ଗତ ଚୂନପଦା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହି ଗ୍ରାମର ଦୁଃଖବନ୍ଧୁ ରାଉତ (୭୫)ବିଲରେ କାମ କରୁଥିବା ବେଳେ ଏହି ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ସେ ବିଲରେ ପଡି ରହିଥିବା ବେଳେ ଘରକୁ ଫେରିବା ଡେରି ହେବାରୁ ଘର ଲୋକ ଯାଇ ତାଙ୍କୁ ତୁରନ୍ତ ଆଣି ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତି କରି ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଠଗଡ଼ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।