ବରଗଡ, (ଏସ୍ ନ୍ୟୁଜ): ବରଗଡ଼ ଟାଉନ୍ ଥାନା କୁରୁଆଁ ଗାଁ ମୁଣ୍ଡ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, କୁରୁଆଁ ଗାଁ ମୁଣ୍ଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ତଥ୍ୟ ସାମ୍ନାକୁ ଆସିବ । ମୃତଦେହ ନିକଟରୁ ଏକ ମୋଟର ସାଇକେଲ ଜବତ ହୋଇଛି । ତେବେ ଯୁବକଙ୍କ ମୃତଦେହ ଏଠାକୁ ଆସିଲା କିପରି । କିଏ ହତ୍ୟା କରିଛି, ନା ଆଉ କିଛି ଅଘଟଣ ଘଟିଛି । ସେନେଇ ତନାଘନା ଜାରି ରଖିଛି ପୋଲିସ ।