ପଦ୍ମପର ଅଞ୍ଚଳକୁ ମରୁଡି ଘୋଷଣା କରାଯାଉ: ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ୩୭ ତମ ସ୍ଥାପନା ଦିବସ ପାଳିତ ।

ବରଗଡ,(ଏସ୍‌ ନ୍ୟୁଜ)ତା,୧୯ ୵ ୮: ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ନୃସିଂହନାଥ ସ୍ଥିତ ଭାଗବତ ତ୍ଵତ୍ତ ଆଶ୍ରମ ଠାରେ ଆଜି ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ୩୭ତମ ଜନ୍ମ ଦିବସ ପାଳନ କରା ଯାଇଛି। ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲିପ୍ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଦିବସରେ ପରିଷଦ ପୂର୍ବତନ ଆବାହକ ଶ୍ରୀ ଧିରେନ୍ ମହାନ୍ତି ସଭା ସଞ୍ଚାଳନ କରିଥିଲେ। ସର୍ବ ପ୍ରଥମେ ଏକ ମଶାଲ ଶୋଭାଯାତ୍ରାରେ ନୃସିଂହନାଥ ସ୍ଥିତ ମହାତ୍ମା ଗାନ୍ଧି ପ୍ରତିମୃତ୍ତି ରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ ର ବରିଷ୍ଠ ନାରୀ ନେତ୍ରୀ ଘନସି ତାଣ୍ଡି ,ଉର୍ମିଳା ମଲ୍ଲିକ,ପୂର୍ବତନ ଆବାହକ ପ୍ରମୋଦ ରାୟ ଙ୍କ ଦ୍ଵାରା ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା କରାଯାଇ ଥିଲା।

ଏହାପରେ ଗାନ୍ଧୀ ସମାଧି ପୀଠ ରୁ ଆସି ଭାଗବତତ୍ୱତ ଆଶ୍ରମ ଠାରେ ସଭା କରାଯାଇଥିଲା। ସଭାରେ ପୂର୍ବତନ ଆବାହକ ରଘୁବୀର ସିଂ ବରିହା,ଭୀଷ୍ମ ଦେବ ପଟେଲ ,ରାହାସ ବିହାରି ସାହୁ,ସୁରେଶ ପ୍ରଧାନ,ପୂର୍ବତନ ସରପଂଚ ପ୍ରମୋଦ ରାୟ,ନାରୀନେତ୍ରୀ ଭାମା ଜୁଆଡି,ହେମକାନ୍ତି ସାହୁ,ଜଗଦୀଶ ଲୁହାର,ଗହଳ ମହାନନ୍ଦ,ଗୌରଚନ୍ଦ୍ର ବାରିକ,ଝଶକେତନ୍ ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗନ୍ଧମାର୍ଦନ ସୁରକ୍ଷା ପାଇଁ ମତପୋଷଣ କରିଥିଲେ।ପରିଶେଷରେ ଗନ୍ଧମାର୍ଦନ ପର୍ବତ ର ସୁରକ୍ଷା ସହ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ର ବିକାଶ,ଗନ୍ଧମାର୍ଦନ ବନୌଷଧି ଓ ଲଘୁ ବନଜାତ ଦ୍ରବ୍ୟକୁ ନେଇ କୁଟୀର ଶିଳ୍ପ କରାଯିବା,ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଗନ୍ଧମାର୍ଦନ ପର୍ବତ କୁ ଇକୋସେନ୍ ସେଟିଭି ଜୋନ୍ ଘୋଷଣା କରିବା,ବୌଦ୍ଧ ପୀଠ ର ଓ ପଣ୍ଡା ଘର ର ସୁରକ୍ଷା କରାଯିବା,ମରୁଡି ର ସ୍ଥାୟୀ ପ୍ରତିକାର କରିବା ଆଦି ସହ ସମଗ୍ର ଅଞ୍ଚଲରେ ବର୍ତ୍ତମାନ ମରୁଡି ର କରାଳ ରୂପ ଦେଖାଦେଇଥିବାରୁ ତୁରନ୍ତ ମରୁଡି ଅଞ୍ଚଳ ଘୋଷଣା କରିବା ପାଇଁ ଦାବି କରାଯାଇଥିଲା।

ଏହି ସଭାରେ ରାଜ୍ୟ ପ୍ରଶାସନ ବରଗଡ଼ ଜିଲ୍ଲାର କୋଭିଡ୍ ଯୋଦ୍ଧା ରୂପେ ଗତ ସ୍ବାଧୀନତା ଦିବସରେ ବେଷ୍ଟ ଆଶା ରୂପେ ସମ୍ମାନିତ ହୋଇଥିବା ଗୀତାଞ୍ଜଳି ଠାକୁର୍ ସମେତ ରକ୍ତ ଦାତା ଯୌତିମୟ ସାହୁ ଓ ପୂର୍ବତନ ସରପଂଚ ପ୍ରମୋଦ ରାୟଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପରିଷଦ ତରଫରୁ ସମ୍ମାନିତ କରାଯାଇ ସମ୍ବଦ୍ଧିତ କରାଯାଇଥିଲା।ଶେଷରେ କାର୍ଯ୍ୟାଳୟ ସମ୍ପାଦକ ଦୁର୍ଯୋଧନ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ ।